ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ପେଶାଦାର ସାମ୍ୱାଦିକ ସଂଘର ସଭାପତି, କୋଣାର୍କ ସାହିତ୍ୟ ସଂସଦ ର ସଭାପତି, ନିମାପଡ଼ା ମହାବିଦ୍ୟାଳୟର ପୂର୍ବତନ ଛାତ୍ରସଂସଦ ସଭାପତି, କୋଣାର୍କର ବିଭିନ୍ନ ସଂଗଠନର କର୍ମକର୍ତ୍ତା ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କର ୬୪ ବର୍ଷ ବୟସ ରେ ପରଲୋକ ଘଟିଛି। ସୋମବାର ଦିନ ତାଙ୍କ ଛାତି ରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱର ସମ୍ ହସପିଟାଲକୁ ନିଆଯାଇଥିଲା।ଆଜି ସକାଳୁ ତାଙ୍କ ର ଦେହାନ୍ତ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଜଗନ୍ନାଥ ସହାୟ ହୁଅନ୍ତୁ ଏବଂ ଦୃଢ଼ ଶକ୍ତି ଦିଅନ୍ତୁ ବୋଲି ବହୁ ରାଜନୈତିକ ଦଳର ନେତା, ରାଜ୍ୟ ର ବହୁ ବରିଷ୍ଠ ସାମ୍ବାଦିକ ଶୋକ ବାର୍ତ୍ତା ପ୍ରେରଣ କରିବା ସହିତ ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ପ୍ରାଥନା କରିଛନ୍ତି। ଘରେ ତାଙ୍କର ପତ୍ନୀ, ଗୋଟିଏ ବିଧବା ବୋହୁ, କନିଷ୍ଠ ପୁଅ, ବୋହୁ, ନାତି ନାତୁଣୀ ରହିଛନ୍ତି। ତାଙ୍କ ମର ଶରୀରକୁ ପିପିଲି, ନିମାପଡ଼ା, ଗୋପ ଦେଇ କୋଣାର୍କ କୁ ନିଆଯାଇ ତାଙ୍କ ପୈତୃକ ଘର କୁ ନିଆଯିବ। ପୁରୀ ର ସ୍ବର୍ଗଦ୍ଵାର ଠାରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ସୂଚନା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ କୋଣାର୍କ, ଗୋପ, ଅସ୍ତରଙ୍ଗ,ନିମାପଡ଼ା, ପିପିଲି ଅଞ୍ଚଳ ସ୍ତବ୍ଧ ହୋଇ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ