ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପରଲୋକରେ ଶୋକ

ନିମାପଡା,( ସନ୍ତୋଷ କୁମାର ଦାଶ): ଆଉ ନାହାଁନ୍ତି କୋଣାର୍କର ବରିଷ୍ଠ ନିର୍ଭିକ ସାମ୍ବାଦିକ, ପୁରୀ ଜିଲ୍ଲା ପେଶାଦାର ସାମ୍ୱାଦିକ ସଂଘ ସଭାପତି, ସମାଜସେବୀ ଓ ଦୃଢ଼ ସଂଗଠକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର। ୬୫ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିବାରୁ ଭୁବନେଶ୍ଵର ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ,କୋଣାର୍କ ସାହିତ୍ୟ ସଂସଦର ସଭାପତି,କୋଣାର୍କ ପ୍ରେସ କ୍ଲବ ଉପଦେଷ୍ଟା ଭାବେ ଦାୟିତ୍ଵ ତୁଲାଉଥିଲେ। ଦୀର୍ଘ ଦିନ ଧରି ନିର୍ଭୀକ ଭାବେ ସେ ସାମ୍ବାଦିକତା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ପରଲୋକରେ ନିମାପଡ଼ା ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ପୁରୀ ଜିଲ୍ଲା ପେଶାଦାର ସାମ୍ୱାଦିକ ସଂଘ ସଂପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦିକ୍ଷୀତ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ସନ୍ତୋଷ ଦାଶ, ଗୋପ ସାମ୍ୱାଦିକ ସଂଘ ସଭାପତି ଭାରତୀଭୂଷଣ ଉପାଧ୍ୟାୟ,
କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା, କୋଣାର୍କ ସାହିତ୍ୟ ସଂସଦ ସମ୍ପାଦକ ରବିନ୍ଦ୍ରନାଥ ବାହିନୀପତି, କୋଣାର୍କ ପ୍ରେସ କ୍ଲବ, କୋଣାର୍କ ସାମ୍ବାଦିକ ସଂଘ, କୋଣାର୍କ ହୋଟେଲ ବ୍ଯବସାୟୀ ସଂଘ, କୋଣାର୍କ ସୁରକ୍ଷା ସମିତି, ସମେତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ବ୍ୟକ୍ତି ବିଶେଷ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ