ଗଞ୍ଜାମ ଥାନା ପକ୍ଷରୁ ପ୍ରସ୍ତୁତି ବୈଠକ ୧୦ ରୁ ଗଞ୍ଜାମର ଐତିହାସିକ ଦୋଳଯାତ୍ରା
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ପାଞ୍ଚଦିନ ବ୍ୟାପି ଐତିହାସିକ ଦୌଳଯାତ୍ରା ଚଳିତ ମାସ ୧୧ ତାରିଖଠାରୁ ଆରମ୍ବ ହେବାକୁ ଥିବା ବେଳେ, ଏନେଇ ଗଞ୍ଜାମ ଥାନା ପକ୍ଷରୁ ଶାନ୍ତି କମିଟି ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ରଙ୍କ ତତ୍ୱାବଧାନ ଅନୁଷ୍ଠିତ, ପ୍ରସ୍ତୁତି ବୈଠକରେ ଗଞ୍ଜାମ ଥାନାରେ ପ୍ରୋଭିସନାଲରେ ଥିବା ଆଈପିଏସ-ମନୀଷ ଶଗୁନ, ଛତ୍ରପୁର ଏସଡିପିଓ -ଚନ୍ଦନ ଘଡେଇ ଯୋଗଦେଇଥିଲେ l ଚଳିତ ବର୍ଷ , ଡିଜେ ବଜ଼ାଇବାକୁ ସମ୍ପୂର୍ଣ ନିଷେଧ କରାଯାଇଛି l ଡିଜେ ବଦଳରେ ସାଉଣ୍ଡ ବକ୍ସ ଓ ଲାଇଟ ଲଗାଯିବା ସହ -୬୫ଡିସି ମିଲ ସାଉଣ୍ଡ ବଜ଼ାଇବା ପାଇଁ ସର୍ବସମତି କ୍ରମେ ନିଷ୍ପତି ହୋଇଥିଲା l ସାଉଣ୍ଡ ବଜ଼ାଇବା ପାଇଁ ଦୁଇଦିନ ପୂର୍ବରୁ ଅନୁମତି ନେବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା l ୧୩ ତାରିଖ ସନ୍ଧ୍ୟାରୁ ୧୪ ତାରିଖ ସକାଳ ଏଗାର ଘଣ୍ଟ ପର୍ଯ୍ୟନ୍ତ ବଜ଼ାର ଯାତ୍ରାରେ , ବଜ଼ାର ମଧ୍ୟକୁ ଦୁଇଚକିଆ ଗାଡି ଯାତାୟତ ସମ୍ପୂର୍ଣ ବନ୍ଦ ରହିବା ପାଇଁ ନିଷ୍ପତି ହୋଇଥିଲା l ବଜ଼ାର ଯାତ୍ରାରେ ପେଁକାଳୀ ବଜ଼ାଇ, ଝିଅ, ମହିଳାଙ୍କୁ ହଇରାଣ କରୁଥିବା ରୋମୀୟଙ୍କୁ ସବାଡ଼ କରିବା ପାଇଁ ସାଧପୋଷାକ ଧାରୀ ପୋଲିସ ମୃତୟନ ହେବେ l ସେହିପରି ସାନବଜ଼ାର ଓ ତ୍ରିବେଣୀ ମଠଛକ ଠାରେ ଦୁଇଟି ଅସ୍ଥାୟୀ ଆଉଟ ଚେକ ପୋଷ୍ଟ ୧୩ ତାରିଖ ଠାରୁ ଖୋଲାଯିବ l ଯାତ୍ରା ସମୟରେ ମଦ ଦୋକାନ ବନ୍ଦ କରାଯିବା l ସବୁ ସାହିର ମେଢ଼ ଯେପରି ନିର୍ଦ୍ଧାରିତ ସମୟ ଅନୁସାରେ ବଜ଼ାର ଯାତ୍ରା ଦିନ ଆସିବେ ସେନେଇ ସମସ୍ତ ଯାତ୍ରା କମିଟି ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଥିଲା lଏହି ପ୍ରସ୍ତୁତି ବୈଠକରେ ଏସଆଈ ସୁପ୍ରଭା ସାହୁ,-ଏଏସ ଆଈ ଅନିରୁଦ୍ଧ ସ୍ୱାଇଁ,ଆନନ୍ଦ ରାଓ ମଞ୍ଚାସିନଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ସହର ବିଭିନ୍ନ ସାହି, ଦାମୋଦରପୁର, ପୁଇଁତୋଳା, ସୂର୍ଯ୍ୟନାରାୟଣପୁର ବିଞ୍ଚଣାପଲ୍ଲୀ ଗ୍ରାମର ୧୭ଟି ଦୋଳଯାତ୍ରା କମିଟି ଶାନ୍ତି କମିଟି ସଦସ୍ୟ ଉପସ୍ଥିତ ଥିଲେ ।