୪୦୦ ବର୍ଷର ଶିକ୍ଷରେଶ୍ୱରଙ୍କ ମନ୍ଦିରରେ ପାଳିତ ହୋଇଛି ମହାଶିବ ରାତ୍ରି
ଉଦଳା,(ରାଜୀବ ବେହେରା): ମହାଶିବ ରାତ୍ରି ଅବସରରେ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ ମଉଦା ଗ୍ରାମ ପାହାଡ ଉପରେ ଥିବା ଶିଖରେଶ୍ୱର ମହାଦେବ ଙ୍କ ଶୈବପୀଠ ରେ ଧୁମ ଧାମରେ ପାଳିତ ହୋଇଯାଇଛି l ପବିତ୍ର ଜାଗର ବା ମହା ଶିବରାତ୍ରି l ଏଥିପାଇଁ ଉଦଳା ଅଞ୍ଚଳରେ ପୀଠ ଓ ମନ୍ଦିର ଆଲୋକ ଏବଂ ଭକ୍ତଙ୍କ ଗହଣ ରେ ସଜେଇ ହୋଇଛି l ଭକ୍ତ ମାନେ ଜାଗର ର ଭୋର ସକାଳରୁ ମନ୍ଦିର ବେଢାରେ ଅଖଣ୍ଡ ଦୀପ ଜାଳିଛନ୍ତି, ସନ୍ଧ୍ୟା ସମୟରେ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଜାଗର ଦୀପ ଶୃଙ୍ଖଳିତ ଭାବରେ ପାହାଡର ଚାରି ପାଖରେ ଦୀପ ପ୍ରଜ୍ବଳନ କରି ଶିଖରେଶ୍ୱରଙ୍କୁ ସ୍ମରଣ କରିଛନ୍ତି,l ଦୁଃଖ କଷ୍ଟ ଲାଘବ କରୁ ଛନ୍ତି ବାବା ଶିଖରେଶ୍ୱର l ମନ୍ଦିର ରେ ଶୃଙ୍ଖଳିତ ଭାବରେ ଭକ୍ତଙ୍କ ଭିଡରେ ଚାଲିଛି ନୀତି କାନ୍ତି, ଶ୍ରଦ୍ଧାଳୁ ଧାଡି ଧାଡି ହୋଇ ବାବାଙ୍କ ଦର୍ଶନ କରି ଖୁସି ହେଉଛନ୍ତି l ଘଣ୍ଟ ଘଣ୍ଟି ମନ୍ତ୍ର ଧୂପରେ ପ୍ରକମ୍ପିତ ହେଉଛି ପାହାଡ ଶୀର୍ଷରେ ଥିବା ଶିଖରେଶ୍ୱର ଙ୍କ ମନ୍ଦିର l ତେବେ ମନ୍ଦିର ପାଦଦେଶ ଏବଂ ଶୀର୍ଷରେ ଏକ ମେଳା ମଧ୍ୟ ଲାଗିଛି, ଲୋକଙ୍କ ଭିଡ ଲାଗିଛି,ବହୁ ପ୍ରକାର ର ଦୋକାନୀଙ୍କ ଭିଡ ଲାଗିଥାଏ l ଶ୍ରଦ୍ଧାଳୁ ଙ୍କ ଜାଗର ଦୀପରେ ପୁରା ପାହାଡର ଶୀର୍ଷ ଦେଶ ଆଲୋକିତ ହୋଇଛି l ଦୂରରୁ ଦେଖିଲେ ଆଖି ଝଲସି ଯାଉଛି, ଦୀପ ର ଆଲୋକରେ ଆଲୋକିତ ପୁରା ପାହାଡ l ତେବେ ମହା ଶିବ ରାତ୍ରି ରେ ବାବା ଶିଖରେଶ୍ୱର ଙ୍କ ମନ୍ଦିର ରେ ଜାଗର ମହା ଦୀପ ୪ ଟା ସମୟ ଉଠିଛି l ବାବା ଶିଖରେଶ୍ୱର ଙ୍କ ର ବଡ ପର୍ବ ହେଉଛି ଜାଗର, ଏହି ମନ୍ଦିରକୁ ବିଭିନ୍ନ ସମୟ ରେ ବିଭିନ୍ନ ପ୍ରାନ୍ତରୁ ହଜାର ଶ୍ରଦ୍ଧାଳୁ ଙ୍କ ଆଗମନ ହୋଇ ଥାଏ,କାରଣ ଏହି ମନ୍ଦିର ବହୁ ପୁରାତନ ଆଉ ରହସ୍ୟ ଅନେକ ଭରି ରହିଛି, ବାବା ପାହାଡର ଶୀର୍ଷରେ ଥିବାରୁ ବାବାଙ୍କ ନାମ ଶିଖରେଶ୍ୱର ନାମରେ ନାମିତ ହୋଇଛି l ଏହି ମନ୍ଦିର ଏକ ରହସ୍ୟ ଅନେକ, ପୂଜକ ଙ୍କ କହିବା କଥା
ଏହି ମନ୍ଦିର ଟି ଏଠାରେ ନଥିଲା ୪୦୦ ବର୍ଷ ତଳର ଏହି ମନ୍ଦିର ଆଜିବି ମୁକସାକ୍ଷୀ ହୋଇ ରହିଛି l
ମନ୍ଦିର ପୂଜକ କହିବା କଥା ଏହି ମନ୍ଦିର ପୂର୍ବରୁ ଏହିଠାରେ ନଥିଲା ଗୋକୁଳଚନ୍ଦ୍ର ଭଞ୍ଜଦେବ ଙ୍କ ର ପୁତ୍ର ସନ୍ତାନ ହେଉ ନଥିଲା ଆଉ ସେ ମାଣତ୍ରୀ ଶିବ ମନ୍ଦିର ରେ ଅଧିଆ ପଡ଼ି ଦୁଃଖ ଜଣାଇ ଥିଲେ.. ଆଉ ତାଙ୍କୁ ସ୍ବପ୍ନlଦେଶ ହୋଇ ଥିଲା ତୁମେ ଯାଅ ମଉଦା ପାହାଡ ଉପରେ ମୋର ଗୋଟେ ଭାଇ ଅଛି ତାର ସନ୍ଧାନ ନେଇ ଖୋଜି ବାହାର କରି ତାର ପ୍ରତିଷ୍ଠା ମନ୍ଦିର ନିର୍ମାଣ କରିବ, ସ୍ବପ୍ନlଦେଶ ପାଇବା ପରେ ଗୋକୁଳ ଚନ୍ଦ୍ର ଭଞ୍ଜଦେବ ମଉଦା ପାହାଡ ର ଶିଖର ଦେଶରେ ସନ୍ଧାନ ପାଇ ପ୍ରତିଷ୍ଠା କରି ଏକ ମନ୍ଦିର ନିର୍ମାଣ କରିଥିଲେ, ଆଉ ଏହା ପରେ ତାଙ୍କ ମନସ୍କାମନା ପୂର୍ଣ୍ଣ ହୋଇ ଥିଲା, ତାଙ୍କର ପୁତ୍ରସନ୍ତାନ ଜନ୍ମ ହୋଇଥିଲା l ଆଉ ସେହି ଦିନ ଠାରୁ ଏହି ମନ୍ଦିର ରେ ପୂଜା ପାଉଥିବା ମହାଦେଵ ଙ୍କ ନାମ ଶିଖାରେଶ୍ୱର ନାମରେ ନାମିତ ହୋଇଛି l ପାହାଡର ଶୀର୍ଷରେ ଥିବା ବେଳେ ଶିଖରେଶ୍ବର ମହାଦେବ ନାମରେ ବିଖ୍ୟାତ ହୋଇଛି, ଆଉ ସେହି ଦିନ ଠାରୁ ଏହି ମନ୍ଦିର କୁ ଶ୍ରଦ୍ଧାଳୁ ଭକ୍ତ ଙ୍କ ସୁଅ ଛୁଟିଛି l ଶ୍ରଦ୍ଧାଳୁ ମାନେ କହନ୍ତି ଏହି ମନ୍ଦିର କୁ ଯିଏ ଯାହା ଆଶା ନେଇ ଆସିଛି ବାବା ଶିଖରେଶ୍ୱର ସବୁ ମୋନସ୍କାମନl ପୂରଣ କରି ଛନ୍ତି l ବିଭିନ୍ନ ସମୟ ରେ ଏହି ମନ୍ଦିର ରେ ନାଗ ସାପ ଆସି କ୍ଷୀର ମଧ୍ୟ ଖାଇବା ଶ୍ରଦ୍ଧାଳୁ କହିଛନ୍ତି l
ସରକାର ଙ୍କ ତରଫରୁ ଏଇ ପୀଠ ମନ୍ଦିର ର ଉନ୍ନତି କରଣ ପାଇଁ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି, ଏହି ମନ୍ଦିର କୁ ଯିବାକୁ ଭଲ ରାସ୍ତାଟିଏ ନାହିଁ, ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ l ପାହାଡ ଉପର କୁ ଉଠିବାକୁ ପାହାଚ ରହିଛି ହେଲେ ପାହାଚର ଦୁଇ ପାର୍ଶ୍ୱରେ ବlଡl ନାହିଁ ଯାହାକି ବିପଦ ପୂର୍ଣ୍ଣ, ଆଲୋକ, ପାଣି, ଏବଂ ଶୌଚାଳୟ ଭଳି ବିଭିନ୍ନ ସମସ୍ୟା ଏହି ଶୈବ ପୀଠ ରେ ଭରି ରହିଛି, ତେବେ ଏହି ସର୍ବ ପୁରାତନ ଐତିହାସିକ ମନ୍ଦିରର ନବୀକରଣ ପାଇଁ ସରକାର ଏବଂ ସ୍ଥାନୀୟ ଜନ ପ୍ରତିନିଧି ଏବଂ ସରକାରୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ନିଷ୍ପତ୍ତି ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l ଆଗକୁ ଦେଖିବାକୁ ବାକି ଅଛି ଏହି ୪୦୦ ବର୍ଷର ମନ୍ଦିର ର ନବୀକରଣ ଏବଂ ଥିବା ସମସ୍ୟା ର କେଵେ ସମାଧାନ ହେଉଛି l