ପୋଲସରାରେ ନୂତନ ବି.ଇ.ଓ.ଙ୍କ ଯୋଗଦାନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଶଙ୍କର୍ଷଣ ଷଡଙ୍ଗୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୁର୍ବରୁ ସେ ନୟାଗଡ ଜିଲ୍ଲା ଭାପୁର ବ୍ଲକର ବି.ଇ.ଓ ଭାବେ ଦାୟିତ୍ଵ ତୁଳାଉଥିବା ବେଳେ ଗତ ୪ ତାରିଖ ଦିନ ଓଡ଼ିଶା ସରକାର ଶିକ୍ଷା ବିଭାଗ କାର୍ଯ୍ୟାଳୟ ପତ୍ରାଙ୍କ ୩୫୭୩ ପ୍ରକାରେ ସ୍ଥାନୀୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ଭାବେ ବଦଳି ହୋଇ ଆସି ଦାୟିତ୍ଵ ସମ୍ଭାଳି ଆସୁଥିବା ବେଳେ ବିଧିବଦ୍ଧ ଭାବେ ବି.ଇ.ଓ ଦାୟିତ୍ଵ ସମ୍ଭାଳିଛନ୍ତି। ଏହି ଅବସରରେ କାର୍ଯ୍ଯଳୟଠାରେ ଏ.ବି.ଇ.ଓ ସ୍ୱରୂପ କୁମାର ପାତ୍ର, ଏସ୍ ଓ ଶ୍ରୀନିବାସ ପଟ୍ଟନାୟକ ଓ କ୍ଲର୍କ ସୁଭଶ୍ରୀ ପାତ୍ରଙ୍କ ସମେତ ଅନ୍ୟ କର୍ମଚାରିମାନେ ତାଙ୍କୁ ସ୍ବାଗତ କରିବା ସହ ପୁଷ୍ପତୋଡା ଓ ଉତ୍ତରୀୟ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ବି.ଇ.ଓ ମହୋଦୟ କାର୍ଯ୍ୟାଳୟର ସମସ୍ତଙ୍କ ପରିଚୟ ନେବା ସହ ପୋଲସରା ଅଞ୍ଚଳର ଶିକ୍ଷାର ଉନ୍ନତି ସକାଶେ ସମସ୍ତଙ୍କ ସହଯୋଗ ଆଶା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ