ହୋଲି ଓ ବିଶ୍ଵ ପଖାଳ ଦିବସ ପାଳନ ପାଇଁ ସଚେତନ ନାଗରିକ ଫୋରମର ବୈଠକ
ଢେଙ୍କାନାଳ,(ତାପସ ଦାସ): ଢେଙ୍କାନାଳ ସଚେତନ ନାଗରିକ ଫୋରମର ସଭାପତି ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବ ରେ ଆଗାମୀ ରଙ୍ଗର ପର୍ବ ହୋଲି ଏବଂ ବିଶ୍ଵ ପଖାଳ ଦିବସ ପାଳନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜବାହାର ଚୌକ ଛକ ଠାରେ ୧୫ ମାର୍ଚ୍ଚ ତାରିଖ ସକାଳ ୯ଟା ବେଳେ ପବିତ୍ର ହୋଲି ପର୍ବ ଅର୍ଗାନିକ ଅବିର ଦ୍ୱାରା କରାଯିବ ଏବଂ ଓଡ଼ିଶାର ସଂସ୍କୃତିକୁ ବହନ କରୁଥିବା ବିଶ୍ଵ ପଖାଳ ଦିବସ ମାର୍ଚ୍ଚ ୨୦ ତାରିଖ ଦିନ ପାଳନ କରାଯିବାପାଇଁ ନିଷ୍ପତ୍ତି ନିଆଗଲା l ଏହି ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ଦଳମତ ନିର୍ବିଶେଷରେ ସମସ୍ତ ସଚେତନ ନାଗରିକ ମାନେ ଯୋଗ ଦେବାପାଇଁ ଅନ୍ୟତମ ବରିଷ୍ଠ ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ ଅନୁରୋଧ କରିଥିଲେ l ନୂତନ ଭାବେ ସହସମ୍ପାଦକ ଦାୟୀତ୍ୱ ତୁଲାଇବା ପାଇଁ ଦିଲ୍ଲୀପ କୁମାର ରାଉତ, ନଗର ସଭାପତି ଭାବେ ଯୁବ ସମାଜ ସେବୀ ଅଶୋକ କୁମାର ସ୍ୱାଇଁ (ଲିଟୁଆ ) ଏବଂ ନଗର ସାଧାରଣ ସମ୍ପାଦକ ଭାବେ ମନ୍ମଥ ରାଓ କାର୍ଯ୍ୟ କରିବାପାଇଁ ଆଗ୍ରହର ସହିତ ସମ୍ମତି ପ୍ରକାଶ କରିଥିଲେ l ଏହି ବୈଠକରେ ଫୋରମର ଉପଦେଷ୍ଟା ପଙ୍କଜ ନାୟକ, କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରା, ସମ୍ପାଦକ ଭରତ କୁମାର ଦାସ, ସହସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ଗୋକୁଳାନନ୍ଦ ମାଝୀ, ସୁରେଶ ଶ୍ରୀଚନ୍ଦନ ରାୟ, ଯୁଗଳ କିଶୋର ପ୍ରଧାନ, ଜ୍ଞାନୀ ସାହୁ, ଅବସରପ୍ରାପ୍ତ ସେନାଧିକାରୀ ନଗେନ କର ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ଦେଇଥିଲେ l