ସ୍ଵଚ୍ଛ ବେଳାଭୂମି ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରିଥାଏ: ଓୟୁଜେ
ବାଲେଶ୍ବର(ସରୋଜ ପଣ୍ଡା): ଦେଶ ବିଦେଶ ର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାକୁ ହେଲେ ବେଳାଭୁମି ଗୁଡ଼ିକର ସ୍ୱଚ୍ଛତା ରକ୍ଷା ନିହାତି ଜରୁରୀ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ବ୍ୟକ୍ତ କରିଛନ୍ତି।ଆଜି ଓଡିଶା ସାମ୍ୱାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ବାଲିଆପାଳ ବ୍ଲକ ର ଯମୁନାଶୂଳ ବେଳାଭୂମିରେ ସ୍ବଚ୍ଛତା ଅଭିଯାନ ରେ ସମୂହ ସଫେଇଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ବେଳାଭୂମିକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଶେଷ କରି ସ୍ଥାନୀୟ ଲୋକମାନଙ୍କର ଗୁରୁଦାୟିତ୍ଵ ରହିଛି। ପରିବେଶ ସ୍ଵଚ୍ଛ ରହିଲେ ବେଳାଭୂମିକୁ ବୁଲିବାକୁ ଆସୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ। ବାଲେଶ୍ବର ଜିଲ୍ଲାର ତାଳସାରି, ଉଦୟପୁର,, ଡଗରା,ଯମୁନା ଶୂଳ,ବଳରାମଗଡି, ଇଞ୍ଚୁଡ଼ି,ଚାନ୍ଦିପୁର, ଦୁବଲା ଗଡି ଆଦି ସ୍ଥାନକୁ ଗୁରୁତ୍ଵ ଦେଇ ପର୍ଯ୍ୟଟକ ମାନେ ଆସୁଥିବାରୁ ଏହି ସ୍ଥାନ ଗୁଡ଼ିକର ପରିବେଶ ଠିକ୍ ରହିବା ଆବଶ୍ୟକ ବୋଲି ବରିଷ୍ଟ ସାମ୍ୱାଦିକ ମାନେ ମତବ୍ୟକ୍ତ କରିଥିଲେ। ୟୁନିଅନର ବରିଷ୍ଟ ସଦସ୍ୟ ଅନାମ ଚରଣ ପଣ୍ଡା, ଶିଶିର କୁମାର ଦାସ, ରାମନାରାୟଣ ଶତପଥି ଓ ବିବେକାନଦ ଦାସ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ନେତୃତ୍ୱରେ କରଯାଇଥିବା ଏହି ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ବରିଷ୍ଟ ସଦସ୍ୟ ଉତ୍କଳ ବନ୍ଧୁ ପଣ୍ଡା, ସୁରେଶ ଚନ୍ଦ୍ର ଦାସ ଲକ୍ଷ୍ମୀଧର ଗାଣ ,ତପୋଧନ ବାରିକ,ସଞ୍ଜୟ ବେହେରା, ସଞ୍ଜୟ କୁମାର ଗିରି, କହ୍ନେଇ ଚରଣ ପ୍ରଧାନ,ରବିରଞ୍ଜନ ତ୍ରୀପାଠୀ, ପ୍ରତିମା ଜେନା,ରାଜଶ୍ରୀ ପାଣିଗ୍ରାହୀ,,ଶମ୍ଭୁନାଥ ନାୟକ,କୈଳାସ ଚନ୍ଦ୍ର ଦାସ, ପ୍ରଦୀପ୍ତ କୁମାର ଦାସ,ଶାନ୍ତନୁ ମହାପାତ୍ର, ମନ୍ମଥ ଚକ୍ରବର୍ତ୍ତୀ,ସତ୍ୟ ରଞ୍ଜନ ସାହୁ ଙ୍କ ସମେତ ବହୁ ସ୍ଥାନୀୟ ଲୋକେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।


