ଭିଭୋ ପକ୍ଷରୁ ୱାଇ-୧୧ ସ୍ମାର୍ଟଫୋନ୍ର ବଜାର ପ୍ରବେଶ
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୱାଇ-୧୧ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହାକୁ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି । ଏଥିରେ ଡୁଆଲ୍ ଏଆଇ ପଛ କ୍ୟାମେରା ରହିଛି । ସେଗୁଡ଼ିକ ଯଥାକ୍ରମେ ୧୩ ଏମ୍ପି ଏବଂ ୨ ଏମ୍ପି କ୍ଷମତା ବିଶିଷ୍ଟ । ଏଥିରେ ୫୦୦୦ଏମଏଏଚ୍ ବ୍ୟାଟେରୀ, ହାଲୋଫୁଲ୍ ଭିୟୁ ୧୬.୧୫ ସେମି(୬.୩୫ ଇଂଚ) ଡିସ୍ପେ୍ଲେ ରହିଛି । ଏହାର ମୂଲ୍ୟ ୮,୯୯୦ ଟଙ୍କା ଥିବାବେଳେ ଏହା ମିନେରାଲ ବ୍ଲୁ ଏବଂ ଆଗାଟେ ରେଡ୍ ଆଦି ୨ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି ।
ଏହା ଆମାଜନ, ପେଟିଏମ୍ ମଲ୍, ଟାଟା କ୍ଲିକ୍ ଏବଂ ବଜାଜ ଇଏମ୍ଆଇ ଇ-ଷ୍ଟୋର ଆଦି ଅନ୍ ଲାଇନ୍ ପ୍ଳାଟଫର୍ମରେ ଏବଂ ଅଫଲାଇନ୍ ଅଂଶୀଦାର ତଥା ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ୨୦୧୯ ଡିସେମ୍ବର ୨୫ ତାରିଖଠାରୁ ଉପଲବ୍ଧ ହେବ । ଏହାର ମୂଲ୍ୟ ୧୩,୯୯୦ଟଙ୍କା ରହିଛି । ସେହିପରି ଫ୍ଲିପ୍କାର୍ଟରେ ଏହା ୨୦୧୯ ଡିସେମ୍ବର ୨୮ ତାରିଖଠାରୁ ଉପଲବ୍ଧ ହେବ । ମେକ୍ ଇନ୍ ଇଣ୍ଡିଆ ପ୍ରତିଶ୍ରୁତି ଅନ୍ତର୍ଗତ ଏହା ଭିଭୋର ଗ୍ରେଟର ନୋଏଡ଼ାଠାରେ ନିର୍ମିତ ହୋଇଛି । ଅଫ୍ଲାଇନ୍ରେ ଏହି ସ୍ମାର୍ଟଫୋନ୍ କ୍ରୟରେ ଏଚଡିଏଫ୍ସି ବ୍ୟାଙ୍କ୍ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଧାରକଙ୍କୁ ଏବଂ ଏଚଡିଏଫସି ଲୋନ୍ ପାଇଁ ୫% କ୍ୟାସ ବ୍ୟାକ୍ ସୁବିଧା ୨୦୧୯ ଡିମ୍ବେର ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ ।


