ମା କ୍ୱିଚକେଶ୍ବରୀଙ୍କ ପୀଠର ଉନ୍ନତି ନିମନ୍ତେ ୫୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ


କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖିଚିଂ ଗସ୍ତ ରେ ଆସି ରାଜ୍ୟବାସୀ ଙ୍କ ମଙ୍ଗଳ କାମନା ସହିତ ନିଜ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି ଙ୍କ ସହିତ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀ ଙ୍କ ପୂଜାର୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଖିଚିଂ ପହଞ୍ଚିବା ପରେ ତାଙ୍କୁ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ରାଜ୍ୟ ଜଙ୍ଗଲ ଓ ପରିବେଷ, ଜଳବାୟୁ ପରିବର୍ତନ ଏବଂ ଶ୍ରମ ରାଜ୍ୟକର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ,ରାଜ୍ୟ ସଭା ସାଂସଦ ମମତା ମହାନ୍ତ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଙ୍କ ସହିତ ଅନେକ ବିଧାୟକ ତାଙ୍କୁ ସ୍ୱାଗତ କରିଥିଲେ ସେଠାରୁ ମୁଖ୍ୟମନ୍ତ୍ରୀ ମନ୍ଦିର କୁ ଆସି ନିଜସହଧର୍ମିଣୀ ଙ୍କ ସହିତ ବିଶେଷ ପୂଜା ରେ ସାମିଲ ହୋଇଛନ୍ତି ପରେ ସେ ଖିଚିଂ ମହୋତ୍ସବ ର ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଥିଲେ ନିଜ ଅଭିଭାଷଣ ରେ ମନ୍ଦିର ଓ ମାଆ କ୍ୱିଚକେଶ୍ବରୀଙ୍କ ପୀଠ ସହିତ ନିଜ ଛାତ୍ର ଜୀବନରୁ ସମ୍ପର୍କ ରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେବା ସହିତ ମାଆ ଙ୍କ ପୀଠର ପାରିପାର୍ଷିକ ଉନ୍ନତି ନିମନ୍ତେ ୫୦ କୋଟି ଅନୁଦାନ ଘୋଷଣା କରିଥିଲେ ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କୁ ଲୋକାର୍ପଣ କରିଥିଲେ କାର୍ଯ୍ୟକ୍ରମ ର ସଭାପତିତ୍ୱ ରାଜ୍ୟ ଜଙ୍ଗଲ ଓ ପାରିବେଷ, ଜଳବାୟୁ ପରିବର୍ତନ ଏବଂ ଶ୍ରମ, କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ,ସମ୍ମାନିତ ଅତିଥି ରୂପେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୁରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ତେଲକୋଇ ବିଧାୟକ ଡ଼ଃ ଫକୀର ମୋହନ ନାଏକ,ପାଟଣା ବିଧାୟକ ଅଖିଳ ନାଏକ,ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ପ୍ରମୁଖ ଉପସ୍ଥିତ ଥିଲେ ସଭାକାର୍ଯ୍ୟକ୍ରମ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଷିତ ହୋଇଥିଲା ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟଆକର୍ଷଣ ଥିଲେ ଓଡ଼ିଆ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ ଓ ଦଳ ଶନିବାର ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ଜନସମାଗମ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ