ପ୍ରଫେସର ଡ଼ଃ. ସଂଗ୍ରାମ ଛାଟୋଇ ହେଲେ ମଙ୍ଗଳା ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): କାକଟପୁରର ସର୍ବପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଙ୍ଗଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଡ଼ଃ. ସଂଗ୍ରାମ ଛାଟୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଛାଟୋଇ ଏହି ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ। ପୂର୍ବତନ ଅଧ୍ୟକ୍ଷ ବିନୋଦ ବିହାରୀ ବେହୁରା ଅବସର ନେବା ପରେ ଡ଼ଃ.ଛାଟୋଇ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ନିଯୁକ୍ତି ପର୍ବରେ ଅଧ୍ୟାପକ ଲଲାଟେନ୍ଦୁ ସ୍ୱାଇଁ,ସୁକାନ୍ତ ମହାରଣା, ସୁବ୍ରତ କୁମାର ନାୟକ,ଶଶିଭୂଷଣ ମୁଦୁଲି, ଅଭିମନ୍ୟୁ ରାଉତ, ମନୋଜ କାଣ୍ତି, ଲଲାଟେନ୍ଦୁ ସ୍ବାଇଁ, ସୁକାନ୍ତ କୁମାର ମହାରଣା,ଅଧ୍ୟାପିକା ବେଞ୍ଜୁଲତା ସ୍ବାଇଁ,କବିତା ତିଆଡି ଓ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଯୋଗ ଦେଇ ନୂତନ ଅଧ୍ୟକ୍ଷ ଡ଼ଃ ଛାଟୋଇ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶ୍ରୀ ଛାଟୋଇ ସ୍ଥାନୀୟ ଅଞ୍ଚଳ ର ହୋଇଥିବାବେଳେ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା କୁ ଦୂର କରିବା ଦିଗରେ ଗୁରୁତ୍ୱାରୋପ କରିବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ