ନଦୀ ପାଣିରେ ଗାଧୋଉ ଥିବାବେଳେ ଖସିଯାଇ ୧୦ ବର୍ଷ ନାବାଳିକା ମୃତ୍ୟୁ
ଉଦଳା,( ରାଜୀବ ବେହେରା ): ସ୍କୁଲରୁ ଫେରି ସାଙ୍ଗ ମାନଙ୍କ ସହିତ ଗାଁ ପାଖ ନଦୀରେ ଗାଧଉଥିବା ବେଳେ ନାବାଳିକା ର ମୃତ୍ୟୁ ଘଟିଛି l ଘରେ କେହି ନଥିବା ବେଳେ ସାଙ୍ଗ ମାନଙ୍କ ସହିତ ନଦୀକୁ ଗାଧୋଇ ବାକୁ ଯିବା ହେଲା କାଳ l ମୃତକ ନାବାଳିକା ଷଷ୍ଠ ଶ୍ରେଣୀରେ ଅଧୟନ କରୁଥିବା ଜଣା ପଡିଛି l ଗତକାଲି
ଉଦଳା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ଥିବା ବେଳେ ଗ୍ରାମବାସି ଏବଂ ପରିବାର ରେ ସମସ୍ତେ ଉଦଳା ପାଟପୁର ପଡିଆରେ ସଭାରେ ଯୋଗ ଦେବାକୁ ଆସିଥିଲେ, ହେଲେ ଏହାରି ଭିତରେ ଘଟିଲା ବଡ ଅଘଟଣ ସ୍କୁଲ ଯାଇଥିବା ୧୦ ବର୍ଷର ଝିଅଟି ଚାଲି ଗଲା ଜୀବନ l ଏଭଳି କିଛି ଅଭାବନୀୟ ହୃଦୟ ବିଦାରକ ଘଟଣା ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ବେଲପାଳ ଗ୍ରାମରେ ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଗ୍ରାମର ସୁଦର୍ଶନ ଖଣ୍ଡେଇ ଙ୍କ ଝିଅ ମହିମା ଖଣ୍ଡେଇ ୧୦ ବର୍ଷୀୟ ନାବାଳିକା ଝିଅ ଗତକାଲି ଗ୍ରାମ ନିକଟରେ ଥିବା ଦେଓ ନଦୀକୁ ସ୍କୁଲ ରୁ ଫେରି ଘରେ ସମସ୍ତେ ମୁଖ୍ୟମନ୍ତ୍ରୀ ଙ୍କ ସଭାରେ ଯୋଗ ଦେବାକୁ ଯାଇ ଥିବା ବେଳେ ସାଙ୍ଗ ମାନଙ୍କ ସହିତ ନଦୀକୁ ଗାଧୋଉ ଥିଲା, ତେବେ ଗାଧୋଉ ଥିବା ସମୟରେ ଗୋଡ ଖସି ଯିବାରୁ ଗଭୀର ପାଣିଭିତରକୁ ଚାଲି ଯାଇ ମୃତ୍ୟୁ ଘଟିଛି l ଖବର ପାଇ ଘରଲୋକେ ଏବଂ ଗ୍ରାମବାସୀ ମାନେ ନଦୀକୁ ଦୌଡ଼ି ଯାଇ ପୂଜା କୁ ପାଣିରୁ ଉଦ୍ଧାର କରି ଉଦଳା ଡାକ୍ତର ଖାନାକୁ ଆଣିଥିଲେ, ହେଲେ ସେତେବେଳେକୁ ଡେରି ହୋଇ ଯାଇଥିଲା, କାର୍ଯ୍ୟରତ ଡାକ୍ତର ମହିମା ( ପୂଜା ) କୁ ମୃତ ଘୋଷଣା କରିଛନ୍ତି l ତେବେ ଘଟଣାର ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ୯/୨୫ ରେ ଏକ ମାମଲା ରୁଜୁ କରୁଛି l ଶବ ବ୍ୟବଛେଦ ପାଇଁ ଶବ ଗୃହକୁ ପଠାଇଛି ପୋଲିସ l ତେବେ ମୃତକ ପରିବାର ରେ ଶୋକର ଛାୟା ଖେଳି ଯାଇଛି l