କେମେଷ୍ଟ୍ରି ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଚୟନ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରସାୟନ ବିଭାଗ ର ପୁରାତନ ଛାତ୍ର ସଂସଦର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନୂତନ ଭାବେ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ ଉପ ସଭାପତି ଓ ବିଶ୍ୱବିଦ୍ୟାଳୟ ର ସହକାରୀ ପ୍ରଫେସର ଡକ୍ଟର ଆଶିଷ କୁମାର ଜେନା ଯୁଗ୍ମ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ରାସାୟନିକ ବିଜ୍ଞାନ ମୁଖ୍ୟ ପ୍ରଫେସର ଡକ୍ଟର ନିଗମାନନ୍ଦ ଦାସ ସଭାପତି,ବିଶ୍ୱବିଦ୍ୟାଳୟ ରସାୟନ ବିଜ୍ଞାନ ମୁଖ୍ୟ ପ୍ରଫେସର ଡକ୍ଟର ପ୍ରମୋଦ କୁମାର ଶତପଥି, ସମ୍ପାଦକ, ନଳଗଜା କଲେଜ ରାସାୟନ ବିଜ୍ଞାନ ପ୍ରାଧ୍ୟାପକ ଡକ୍ଟର ଦେବେଶ ହୋତା ଯୁଗ୍ମ ସମ୍ପାଦକ, ଡକ୍ଟର ଭବାନୀ ମହାନ୍ତ କୋଷାଧକ୍ଷ, ପ୍ରଫେସର ଡକ୍ଟର ରାଜେଶ ସିଂ ଉପଦେଷ୍ଟା ଭାବେ ପୁନରମନୋନୀତ ହୋଇଛନ୍ତି l ସଭାପତି ପ୍ରଫେସର ନିଗମାନନ୍ଦ ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ପୁରାତନ ଛାତ୍ର ସଂସଦ ବୈଠକରେ ବିଶ୍ୱବିଦ୍ୟାଳୟ ର ରସାୟନବିଜ୍ଞାନ ବିଭାଗର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଆଗତ ଓ ଗୃହୀତ ହୋଇ ଥିଲା l ପୁରାତନ ଛାତ୍ରସଂସଦ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କଲେଜର ରାସାୟନ ବିଜ୍ଞାନ ବିଭାଗ ସହ ସହଭାଗିତାରେ ସେମିନାର ଆୟୋଜନ କରିବ ବୋଲି ଡକ୍ଟର ଦେଵେଶ ହୋତା ନିଜ ବକ୍ତବ୍ୟ ରେ ଦର୍ଶାଇ ଥିଲେ l ପୁରାତନ ଛାତ୍ର ଡକ୍ଟର ସରୋଜ ନାୟକ, ଡକ୍ଟର ଚନ୍ଦନ ପାଲ, ଡକ୍ଟର ଦୀନେଶ ନାୟକ, ଡକ୍ଟର ନୀଳିମା ତ୍ରିପାଠୀ , ଡକ୍ଟର ଭବାନୀ ମହାନ୍ତ, ଡକ୍ଟର ମୁରଲୀ ବାରିକ, ନିବେଦିତା ଅଢେକ, ଶତାବ୍ଦୀ ତନୟା ସାହୁ,ଲଳିତ କୁମାର ପ୍ରଧାନ, ବିଶ୍ୱଜିତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ସଭାପତି ପ୍ରଫେସର ଦାସ ଏକଲକ୍ଷ ପାଞ୍ଚ ହଜାର ଟଙ୍କା ପୁରାତନ ଛାତ୍ର ସଂସଦ ପାଣ୍ଠିକୁ ପ୍ରଦାନ କରି ବିଭାଗ ର ଉତ୍ତରତ୍ତର ଉନ୍ନତି କାମନା କରିଛନ୍ତି l ବୈଠକ ଶେଷରେ ବିଭାଗ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା l