ଭିନ୍ନକ୍ଷମ ପିଲାଙ୍କ ପାଇଁ ସ୍ବତନ୍ତ୍ର ଅଲିମ୍ପିକ ତାଲିମ ଶିବିର
ବାରିପଦା,(ମୁରାରୀ ମୋହନ ମହାପାତ୍ର ): ଲାଲବଜାର ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇ ଦିନ ବ୍ୟାପି ସ୍ବତନ୍ତ୍ର ଅଲିମ୍ପିକ ଭାରତ ଓ ଏକୀକୃତ କ୍ରିଡା ସମ୍ପର୍କିତ ମୟୂରଭଞ୍ଜ ଅନ୍ତର୍ନିବେଶି ସାଧନ କର୍ମୀ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି ତାଲିମ ଶିବିର ସମଗ୍ର ଶିକ୍ଷା ମୟୂରଭଞ୍ଜ ଓ ଭୁବନେଶ୍ବର ସ୍ଥିତ ଓପନ ଲର୍ଡିଂ ସିଷ୍ଟମରେ କାର୍ଯ୍ୟ କରୁଥିବା ସ୍ଵତନ୍ତ୍ର ଅଲମ୍ପିକ ବିଭାଗ ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ବେଳେ, ଏହାର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂ, କାର୍ଯ୍ୟକ୍ରମ ସଂଯୋଜକ ଭାବରେ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ, ସ୍ବତନ୍ତ୍ର ଅଲିମ୍ପିକ ଓଡିଶାର ପ୍ରତିନିଧି ଭାବେ ଅନ୍ତରାଷ୍ଟ୍ରୀୟ କୋଚ ସସ୍ମିତା ମହାପାତ୍ର, ରାଜ୍ୟ ପ୍ରକଳ୍ପ ସଂଯୋଜିକା ଅର୍ପିତା ମହାପାତ୍ର, ରାଜ୍ୟ ସାଧନ କର୍ମୀ ତ୍ରିନାଥ ସାମଲ ପ୍ରମୁଖ ଉପସ୍ଥିତ ରହି ଅନ୍ତର୍ନିବେଶି ମାଧ୍ୟମରେ କିପରି ଭିନ୍ନକ୍ଷମ ଓ ସାଧାରାଣ ବର୍ଗର ପିଲା ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳମାନ ଅୟୋଜନ କରା ଯାଇପାରିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ. ଏଥିରେ ୪୪ ଜଣ ଅନ୍ତର୍ନିବେଶି ସାଧନ କର୍ମୀ, ରୋଜ ସ୍ବତନ୍ତ୍ର ବିଦ୍ୟାଳୟର ୧୫ ଜଣ ବୌଦ୍ଧିକ ଅନଗ୍ରସର ଛାତ୍ର ଏବଂ ଅନ୍ୟାନ୍ୟ ୧୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଏକୀକୃତ ଫୁଟବଲ, ଆଥଲେଟିକ୍ସ, ବ୍ୟାଡ୍ ମିଣ୍ଟନ, ବୁଚି, ଫନଗେମ, ୱାର୍ମ ଅଫ କାର୍ଯ୍ୟକ୍ରମ ଆଦି ପ୍ରଦର୍ଶନ
କରାଯାଇଥିଲା. ରୋଜ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସପନ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ରପୁର ୟୁ,ପି ସ୍କୁଲର ପ୍ରଧାନ ଶିକ୍ଷକ ସୋମନାଥ ସିଂ, ସହକାରୀ ଶିକ୍ଷକ ସୌମ୍ୟ ଦାସଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ. ଉଦଯାପନୀ ଦିବସରେ ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ଉପସ୍ଥିତ ରହି ଭିନ୍ନକ୍ଷମ କ୍ରୀଡ଼ାପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମତ ପ୍ରକାଶ କରିବା ସହ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ. ଅନ୍ତର୍ନିବେଶୀ ଶିକ୍ଷା ସାଧନ କର୍ମୀ ବିରେନ୍ଦ୍ର କୁମାର ସାହୁ, ରେଖାରଣୀ ଦାସ, ରୋହିତ କୁମାର ବିଶ୍ଵାଳ ଓ ଦିଲ୍ଲୀପ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ.