ସର୍ଡ଼l ଗ୍ରାମରେ ନେଟୱର୍କ ସମସ୍ୟା
ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ ସଦର ମହକୁମା ରୁ ମାତ୍ର ୮ କିଲୋମିଟର ଦୂରରେ ବଡ଼ରମା ଅଭୟାରଣ୍ୟ ଜଙ୍ଗଲ ପାହାଡ଼ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସର୍ଡ଼l ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତ ବର୍ତମାନ ପର୍ଯ୍ୟନ୍ତ ଇଣ୍ଟରର୍ନେଟ ସେବାରୁ ବିଛିନ୍ନ ରହିଛି। ଏପରିକି ଗ୍ରାମରେ ବି.ଏସ.ଏନ.ଏଲ ନେଟୱର୍କ ଥିଲେ ମଧ୍ୟ ଅନେକ ସମୟରେ ନେଟୱର୍କ ଫେଲ ରହିଥାଏ ଏପରିକି ନେଟୱର୍କ ଥିଲେ ମଧ୍ୟ ଗ୍ରାମରେ ଇଣ୍ଟରର୍ନେଟ ସେବା ମିଳିନଥାଏ ଯାହା ଫଳରେ ଅଂଚଳବାସୀଙ୍କୁ ଜଙ୍ଗଲ ରେ ପାହାଡ଼ ଉପରେ ଥିବା ଏକ ପଥର ପାଖରେ ରହି ଇଣ୍ଟରର୍ନେଟ ସେବା ବ୍ୟବହାର କରିଥାନ୍ତି। ବର୍ତମାନର ଏହି ୫ଜି ଦୁନିଆରେ ମଧ୍ୟ ସର୍ଡ଼l ଗ୍ରାମବାସି ଇଣ୍ଟରର୍ନେଟ ଓ ଭଲ ନେଟୱର୍କରୁ ବଞ୍ଚିତ ଅଛନ୍ତି। ଗୋଟିଏ ପଟେ ଭାରତ ବିକାଶ ରେ ମାଇଲଖୁଣ୍ଟ ବୃଦ୍ଧି କରୁଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତର ଏକମାତ୍ର ଆଦର୍ଶ ଗ୍ରାମକୁ ସରକାର ଆଜି ପର୍ଯ୍ୟନ୍ତ ନେଟୱର୍କ ଯୋଗାଇ ପାରିନାହାନ୍ତି। ସମ୍ବଲପୁର ଜିଲ୍ଲାର ପ୍ରଥମ ତଥା ଏକମାତ୍ର ଆଦର୍ଶ ଗ୍ରାମ ଥିବାବେଳେ ତତକାଳୀନ ଜିଲ୍ଲାପାଳ ବଲଵନ୍ତ ସିଂ ଙ୍କ ତତ୍ତ୍ୱବଧାନରେ ଏହି ଗ୍ରାମଟି ସରକାର ଙ୍କ ନଜରକୁ ଆସିଥିଲା ଓ ଏହି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ତତ୍କାଳୀନ ସାଂସଦ ନଗେନ୍ଦ୍ର ପ୍ରଧାନ ଗ୍ରହଣ କରିଥିଲେ। ସର୍ଡ଼l , ତିଳେଇମାଲ , ପଥୁରିଆ , ପୋଡ଼ାଡିହି, ସାଲୋହି ଗ୍ରାମକୁ ନେଇ ଏହି ପଂଚାୟତ ଥିବା ବେଳେ ସଦର ପଂଚାୟତ ସର୍ଡ଼l ସହିତ ଅନ୍ୟ ଗ୍ରାମ ଆଜି ପର୍ଯ୍ୟନ୍ତ ଇଣ୍ଟରର୍ନେଟ ଓ ଭଲ ନେଟୱର୍କରୁ ବଞ୍ଚିତ ରହିଛି। ଗ୍ରାମର ଜଣେ କଲେଜ ଛାତ୍ରଙ୍କ କହିବା ଅନୁଯାଇ ବିଭିନ୍ନ ସମୟରେ କଲେଜ ପକ୍ଷରୁ ସିଲାବସ ଗୁଡିକ ୱାଟଶ ଅପ ମାଧ୍ୟମରେ ପ୍ରଦାନ କରିଥାନ୍ତି କିନ୍ତୁ ଗ୍ରାମରେ ଇଣ୍ଟରର୍ନେଟ ନ ଥିବାରୁ ଆମକୁ ଦୁଇ କିଲୋମିଟର ପାହାଡ଼ ଉପରକୁ ଯାଇ ସିଲାବସ ଡାଉନ ଲୋଡ଼ କରିପାଠ ପଢିବାକୁ ପଡ଼ିଥାଏ ଏପରିକି ବେଳେବେଳେ ସେଠାରେ ରହି ଅନଲାଇନରେ ପାଠ ମଧ୍ୟ ପଢିଥାଉ। ସେହିପରି ଗ୍ରାମ ପଞ୍ଚାୟତ ସରପଞ୍ଚ ଗୀତା ବାଘ କହନ୍ତି ଯେ ଗ୍ରାମରେ ଇଣ୍ଟରର୍ନେଟ ନ ଥିବାରୁ ପ୍ରଶାସନିକ ସ୍ତରରେ ହେଉଥିବା ବିଭିନ୍ନ ବୈଠକ ସମ୍ପର୍କ ରେ ମଧ୍ୟ ଜଣା ପଡ଼ିନଥାଏ ଏପରିକି କିଛି ଦିନ ପୂର୍ବରୁ ଜମନକିରା ରେ ହୋଇଥିବା ସମିତି ବୈଠକ ସମ୍ପର୍କ ରେ ନ ଜାଣିପାରିବାରୁ ଏଥିରେ ଯୋଗ ଦେଇ ପାରିନଥିଲି। ସେହିପରି ଗ୍ରାମର ଅଙ୍ଗନବାଡି କର୍ମୀଙ୍କ କହିବା ଅନୁଯାଇ ଆମକୁ ପ୍ରତିଦିନ ଦୁଇ କିଲୋମିଟର ପାହାଡ଼ ଉପରକୁ ଯାଇ ଗର୍ଭବତୀ ମହିଳାଙ୍କ ରିପୋର୍ଟ ଏବଂ ସରକାର ଙ୍କ ପକ୍ଷରୁ ମଙ୍ଗା ଯାଇଥିବା ଅନ୍ୟ ରିପୋର୍ଟ ଦେବାକୁ ଯିବାକୁ ପଡିଥାଏ। ଏପରିକି କେତେବେଳେ ରିପୋଟ ପାଠାଉଥିବା ସମୟରେ ଆମେ ହାତୀ ର ସମ୍ମୁଖୀନ ମଧ୍ୟ ହୋଇଥାଉ। ସେହିପରି ଗ୍ରାମର ୱାର୍ଡ ସଭ୍ୟ ଦିନ ବନ୍ଧୁ ଡନସେନା ଙ୍କ କହିବା ଅନୁଯାଇ ଆମ ଗାଁ ରେ ନେଟୱର୍କ ନ ଥିବାରୁ ଆମ ଗାଁ ରେ ଅସୁସ୍ଥ ହେଉଥିବା ବ୍ୟକ୍ତି ଙ୍କୁ ଡାକ୍ତରଖାନା ନେବାକୁ ବହୁତ କଷ୍ଟ ଭୋଗିବାକୁ ପଡିଥାଏ ଏପରିକି ନେଟୱର୍କ ନ ଥିବାରୁ ଆମେ ୧୦୮ କୁ ଯୋଗାଯୋଗ କରିପାରିନଥାଉ ଯାହା ଫଳରେ ଆମକୁ ଖର୍ଚ୍ଚାନ୍ତ ରେ ପଡ଼ିବାକୁ ପଡିଥାଏ। ଦିନେ ସାଂସଦ ଆଦର୍ଶ ଗ୍ରାମ ମାନ୍ୟତା ପାଇଥିବା ଏହି ଗ୍ରାମରେ ବର୍ତମାନ ପର୍ଯ୍ୟନ୍ତ ଭଲ ନେଟୱର୍କ ଏବଂ ଇଣ୍ଟରର୍ନେଟ ନ ଥିବାରୁ ଗ୍ରାମକୁ ପ୍ରଦାନ କରାଯାଇଥିବା ବ୍ୟାଙ୍କିଙ୍ଗ ସେବା ସହ ଅନ୍ୟ ସେବା ଠପ ପଡିଯାଇଛି ଏଣୁକରି ସର୍ଡ଼l ଗ୍ରାମବାସି ସମ୍ବଲପୁର ଜିଲ୍ଲାପାଳଙ୍କୁ ସର୍ଡ଼l ଗ୍ରାମ ପରିଦର୍ଶନ କରି ଗ୍ରାମର ସମସ୍ୟାର ସମାଧାନ ସରକାର ଙ୍କୁ ଜଣାଇ ଏହାର ପ୍ରତିକାର ପ୍ରତି ଧ୍ୟାନ ଦେଇ ଗ୍ରାମରେ ୫ଜି ନେଟୱର୍କ ପ୍ରଦାନ କରିବାଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।