୨୦୨୫ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୬୨୮୯ ମାମଲାର ଫଇସଲା

କୋରାପୁଟ,(ହେମନ୍ତ  କୁମାର ପାଣଗ୍ରାହୀ) ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଧେଶ କ୍ରମେ କୋରାପୁଟ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅଦାଲତରେ ଜିଲ୍ଲା ଜଜ କୋରାପୁଟ ଶ୍ରୀ ପ୍ରଦୀପ କୁମାର ମହନ୍ତ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ, ସଂଘମିତ୍ରା ଦାସ ବରିଷ୍ଠ ଦେବାନି ବିଚାରପତି ଶ୍ରୀ ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀ ସୁମନ ଜେନା, ରେଜିଷ୍ଟ୍ରାର ଶ୍ରୀ ବିଷ୍ଣ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀ ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ଶ୍ରୀ ଅନିମେଷ ଜେନା ପ୍ରମୁଖ ଜୟପୁର ମୁଖ୍ୟାଳୟରେ ବିଭିନ୍ନ ବେଞ୍ଚରେ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫୈଇସଲା କରିଥିଲେ। ସେହିପରି କୋରାପୁଟ,କୋଟପାଡ, ଲକ୍ଷ୍ମୀପୁର,ସେମିଲିଗୁଡା,ବୋରିଗୁମ୍ମା,ଦଶମନ୍ତପୁର ଓ ଲମତାପୁଟରେ ରହିଥିବା କୋର୍ଟ ପରିସରରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଇଥିଲା। ତତ ସଙ୍ଗେ ,ସଙ୍ଗେ କୋରାପୁଟ ଓ ଜୟପୁର ଉପ ଜିଲ୍ଲା ପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର, ଆଞ୍ଚଳିକ ପରିବହନ କାର୍ଯ୍ୟଳୟ, ମାନଙ୍କ ଦ୍ଵାରା ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ୱ ବିବାଦର ଫଇସଲା କରାଯାଇଥିଲା। କଏହି ରାଷ୍ଟ୍ରୀୟ ଲୋକଅଦାଲତରେ ୩୩ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫୈଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ବାଦି ମାନଙ୍କୁ ୩,୦୯,୩୬୦୦୦ ଟଙ୍କ। କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରଯାଇଥିଲା, ସେହିପରି ୯ ଗୋଟି ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ୮ ଗୋଟି ବ୍ୟଙ୍କ ରୁଣ ମାମଲା, ୪ ଗୋଟି ବୈବାହିକ ମାମଲା ୩୯ ଗୋଟି ଦେବାନୀ ମାମଲାର ଫଇସଲା କରାଯାଇଥିଲା, ଏହାସହିତ ୧୬ ଗୋଟି ଏନ ଆଇ ଏକ୍ଟ୍ ମାମଲା ର ଫଇସଲା କରାଯାଇ ୫୨,୨୪,୨୯୧ ଟଙ୍କା ଧାର୍ଯ୍ୟ ହେଇଥିଲା, ସେହିପରି ୪୦୬ ଗୋଟି ଅନ୍ୟାନ୍ୟ ଫଉଜଦାରି ମାମଲାର ଫଇସଲା କରାଯାଇ ଥିଲା। କୋରାପୁଟ ଓ ଜୟପୁର ଉପ-ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କ ଦ୍ଵାରା ମୋଟ୫୭୮୫ ରାଜସ୍ୱ ବିବାଦର ଫଇସଲା କରାଯାଇ ୫,୧୭,୭୬୬ ଟଙ୍କା ଅଦାୟ କରଯାଇଥିଲା। ଏତତ ବ୍ୟତୀତ ପ୍ରାକ ମୋକଦମା ସ୍ତରରେ ବିଭିନ୍ନ ବ୍ୟଙ୍କ ଦ୍ଵାରା ୨୫୦ ଟି ବ୍ୟଙ୍କ ରୁଣ ମାମଲା କରାଯାଇ ୧,୮୭,୫୭,୩୨୮,୭୫ ଟଙ୍କା ଧାର୍ଯ୍ୟ ହେଇଥିଲା, ୩୭ ଗୋଟି ଶ୍ରମ ବିବାଦ ମାମଲାର ଫଇସଲା କରାଯାଇ ୧୩,୦୧,୩୨,୬୮୨,୨୫ ଟଙ୍କା ଧାର୍ଯ୍ୟ ହେଇଥିଲା। ୨୧ ଗୋଟି ଲୋକ ଉପଯୋଗୀ ସେବା ବିବାଦ ଓ ୧୦୭ ଗୋଟି ଅନ୍ୟାନ୍ୟ ମାମଲା ଯେପରି ପରିବହନ, ଜମିଜୁମା ,ବୈବାହିକ ବିବାଦର ଫଇସଲା କରାଯାଇ୨୧,୯୮,୦୭୬,୭୮ ଟଙ୍କା ଧାର୍ଯ୍ୟ କରଯାଇଥିଲା ଏହିପରି ଭାବେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲା ୨୦୬୫ ରୁ ୪୧୫ ଟି ମାମଲା ସମାଧାନ କରାଯାଇ ୧୫,୧୦,୮୮,୦୮୭,୭୮ ଟଙ୍କା ଆଦାୟ କରାଗଲା। ସେହିପରି ବିଚାରଧିନ ମାମଲା ୬୯୪୭ ରୁ ୬୨୮୯ ମାମଲାର ବିଚାର ହୋଇ ୩,୭୪,୦୪,୩୨୧ ଟଙ୍କା ଧାର୍ଯ୍ୟ ହୋଇଥିଲା । ଗତ ବର୍ଷ ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ, ୨୦୨୪ ତୁଳନାରେ ଏହି ବର୍ଷ ପ୍ରଥମ ରାଷ୍ଟ୍ରୟ ଲୋକ ଅଦାଲତ, ୨୦୨୫ ବହୁତ ପରିମାଣରେ ମକଦ୍ଦମା ଫଇସଲା ହୋଇ ଥିଲା। ଏଥିରେ କୋରାପୁଟ ଜିଲ୍ଲା ବାର ଆସସେସନର ଆଇନଜୀବି ମାନେ ଏଥିରେ ସମ୍ଫୁର୍ଣ୍ଣ ଭାବରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ