ଚେତନା ଅନୁଷ୍ଠାନ ତତଫରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ
କଟକ/ ଚୌଦ୍ଵାର, (ଦୀପକ କୁମାର ବେଉରା):ଅନ୍ତର୍ଜାତୀୟ ମହିଳା ଦିବସ ଜୁଏଲସ ଇଣ୍ଟରନେସନାଲ ଚେତନା ଡମପଡା ଠାରେ ମାନସିକ ରୋଗୀ ଅନ୍ତେବାସୀଙ୍କୁ ନେଇ ପାଳିତ ହୋଇଯାଇ ଅଛି | ଏହି ମାନସିକ ସ୍ଥରରେ ଅସୁସ୍ଥ ମହିଳା ଅନ୍ତେବାସୀଙ୍କ ଦ୍ଵାରା ଏକ ରାଲି ଡମପଡା ସ୍କୁଲ ଠାରୁ ବାତ୍ୟା ଆଶ୍ରୟସ୍ଥଳୀ ପର୍ଯ୍ୟନ୍ତ ରୋଡ଼ ସୋ କରାଯାଇଥିଲା । ଏଥିରେ ନାଲମ ପ୍ରକଳ୍ପର ପ୍ରୋଜେକ୍ଟ ଆଡମିନ, ରିସର୍ଚ୍ଚ ଆସୋଶିଏଟ୍, କ୍ଲିନିକାଲ ସାଇକୋଲୋଜିଷ୍ଟ, ଚେତନା ବିଦ୍ୟାଳୟ ଅଧ୍ୟକ୍ଷ, ସମାଜସେବୀ, ଫାର୍ମାସିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରାଲି ସରିବା ପରେ ସମସ୍ତ ଅନ୍ତେବାସୀ ଏବଂ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରମାନଙ୍କୁ ଟିଫିନ୍ ଦିଆଯାଇଥିଲା। ଏହାପରେ ଡଃ ବିଚିତ୍ରାନନ୍ଦ ସ୍ୱାଇଁ, ପ୍ରୋଜେକ୍ଟ ଲିଡ ତତ୍ତ୍ଵାବଧାନରେ ଅନୁଷ୍ଠାନର ସେମିନାର ହଲରେ ମହିଳା ଦିବସ ଉପଲକ୍ଷେ ଏକ ବୈଠକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରତାପ ଚନ୍ଦ୍ର ସାହୁ କ୍ୟାମ୍ପସ ଇନଚାର୍ଜ, ସମସ୍ତ ଉପସ୍ଥିତ ଅନ୍ତେବାସୀ ଏବଂ ନାଲମ କର୍ମୀ, ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଙ୍କୁ ସ୍ଵାଗତ ସମ୍ୱନ୍ଧନା ଦେଇଥିଲେ ଏବଂ ଡଃ ପୁଷ୍ପାଞ୍ଜଳି ରାଉତ ଥେରାପିଉଟିକ୍ ପ୍ରକଳ୍ପ ସଂଯୋଜକ ମହିଳା ଦିବସ ଉପଲକ୍ଷେ ତାଙ୍କର ମତବ୍ୟକ୍ତ କରିଥିଲେ । ଶ୍ରୀ ପ୍ରବୀଣ କୁମାର ପ୍ରଧାନ ପ୍ରୋଜେକ୍ଟ ଆଡମିନ ନାରୀ ସୁରକ୍ଷା, ଶିକ୍ଷା ଓ ସେମାନଙ୍କର ମୌଳିକ ଅଧିକାର ଉପରେ ବକ୍ତବ୍ୟ ରଖିଥିଲେ । କାଜଲ ସୁନା ମହିଳା ଦିବସ କାହିଁକି ପାଳନ ହୁଏ ଏବଂ ଏହା କେବେ ଆରମ୍ଭ ହୋଇଥିଲା ଉପସ୍ଥାପନ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପ୍ରବୀଣ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିନ୍ମୟ କୁମାର ବାରିକ, ଅମିତା ପ୍ରିୟଦର୍ଶିନୀ, ମଧୁସୂଦନ ଦଳେଇ, ଅଭିଷେକ ପଟ୍ଟନାୟକ, ଇନାରାଣି ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।