ଏନଆରଟିଏସ ପରୀକ୍ଷାରେ ଉଦଳା ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ବ୍ଲକ ସ୍ତରରେ ଶ୍ରେଷ୍ଠ କୃତିତ୍ୱ ହାସଲ କରିଛି
ଉଦଳା,(ରାଜୀବ ବେହେରା): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଉଦଳା ଠାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷା କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଛି l ଏକ ବହୁ ପୁରାତନ ଶିକ୍ଷା ଅନୁଷ୍ଠାନ, ଏହି ଶିକ୍ଷାନୁଷ୍ଠାନ ଏକ ଶୃଙ୍ଖଳିତ ଅନୁଷ୍ଠାନ , ଏହି ଅନୁଷ୍ଠାନ ରେ ପ୍ରତି ବର୍ଷ ଛାତ୍ରା ଛାତ୍ରୀ ମାନେ ସବୁ କ୍ଷେତ୍ରରେ ସ୍କୁଲ ର ଗୌରବ ଆଣିଛନ୍ତି, ଏହି ଅବସରରେ ୨୦୨୪/୨୦୨୫ ଶିକ୍ଷlବର୍ଷ ଏନଆରଟିଏସ ପରୀକ୍ଷା ରେ ଉଦଳା ବ୍ଲକ ରେ ୧ମ ସ୍ଥାନରେ ଜତିରଞ୍ଜନ ବେହେରା, ୨ୟ ସ୍ଥାନରେ ଅରୂପ ଭଂଜବାବୁ ଏବଂ ୩ୟ ସ୍ଥାନରେ ଲୋକନାଥ ବେହେରା, ଆଉ ପରିଶେଷରେ ଆଦ୍ୟାଶl ସେଠୀ ସମସ୍ତେ ବିଦ୍ୟାଳୟ ର ନାମ ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି l ଉଦଳା ବ୍ଲକ ହୋଇ ଥିବା ଏନଆରଟିଏସ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟl ମନ୍ଦିର ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା କୃତିତ୍ୱ ଛାତ୍ରା, ଗୁରୁଜୀ ଗୁରୁମା ଏବଂ ଅଭିଭାବକ ମହଲରେ ଖୁସି ଭରି ଯାଇଛି, l ଶିଶୁ ବିଦ୍ୟାମନ୍ଦିର ପରିବାର ତରଫରୁ ସେମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିବା ସହିତ ସେମାନଙ୍କ ଉତ୍ତରତ୍ତର କାମନା କରି ଢେର ସାରା ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଛନ୍ତି l