ଆସିକା ନିରଂଜନ ସରକାରୀ ମହାବିଦ୍ୟାଳୟରେ ମହିଳା ଦିବସ ପାଳିତ

ଆସିକା, (ୱାଇଏନ୍‍ଏସ୍‍):ସ୍ଥାନୀୟ ସରକାରୀ ନିରଂଜନ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ଅଧ୍ୟାପକ ଗଣେଶ୍ୱର ମାଝୀ, ଅଧ୍ୟାପକ କେ.ଓମ୍‍ ନାରାୟଣ ରାଓ, ଅଧ୍ୟାପିକା ଡଃ ସୁପ୍ରିୟା ଦାଶ, ଅଧ୍ୟାପିକା ଡଃ ଉର୍ମିଳି ମୁଦୁଲି, ଅଧ୍ୟାପକ ଡଃ ପ୍ରମୋଦ କୁମାର ତିଆଡି ଓ ସନାତନ ପ୍ରଧାନ ପ୍ରମୁଖ ଯୋଗଦେଇ ସମାଜରେ ନାରୀର ସ୍ଥିତି ଓ ଆତ୍ମନିର୍ଭରଶୀଳତା, ନାରୀର ଅଧିକାର ଓ ସୁରକ୍ଷା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ସ୍ରଷ୍ଟାଙ୍କ ଏକ ଅଦ୍ୱିତୀୟ ସୃଷ୍ଟି ନାରୀ ହୋଇଥିବାରୁ ନାରୀର ବୃତ୍ତିଗତ ଅଭିବୃଦ୍ଧି ଓ ବ୍ୟକ୍ତିଗତ ସଶକ୍ତିକରଣ ଉପରେ ଆଲୋକପାତ କରିବା ସହ ନାରୀ ସମୃଦ୍ଧିର ବାର୍ତ୍ତାବହ ହୋଇଥିଲା ବେଳେ ସେ ସଶକ୍ତ ହେଲେ ହିଁ ବିକାଶ ସମ୍ଭବ ହୋଇଥାଏ । ତେଣୁ ନାରୀକୁ ଉଚିତ୍‍ ସମ୍ମାନ ଦେବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସୁଶିଲ୍‍ କୁମାର ଆଚାର୍ଯ୍ୟ, ଶ୍ରଦ୍ଧାଞ୍ଜଳୀ ମଲିକ, ମମତା ନିଶାଙ୍କ, ଇତିଶ୍ରୀ ପଣ୍ଡା, ସୁଧାଂଶୁ ହୋତା, ଶ୍ରୀବାସ ପାତ୍ର, ରିଙ୍କି ନାହାକ, ପୂର୍ଣ୍ଣବାସୀ ବେହେରା, ପ୍ରତିଭା ନାୟକ, ସେଫାଳୀ ସୁଚରିତା ପ୍ରଧାନ, ରଜନୀରାଣୀ ତାରିଣୀ, ସତ୍ୟଭାମା ସିଂ, କ୍ରିଷ୍ଣାକୁମାରୀ ପାତ୍ର, ରଚନା ନାହାକ, ସୁସ୍ମିତା ପାଣିଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ