କରଞ୍ଜିଆ ଆଇ.ଟି.ଡି.ଏ.ର ନୂତନ ପ୍ରକଳ୍ପ ପ୍ରଶାସକ ଯୋଗଦେଲେ ଚିତ୍ତ ରଞ୍ଜନ ମହାନ୍ତଙ୍କ ଯୋଗଦାନ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ଆଇଟିଡିଏ କାର୍ଯ୍ୟାଳୟ ରେ ଅଚଳବସ୍ଥା ଜାରୀ ଶୀର୍ଷକ ଖବର ଯୁଗାବ୍ଦ ରେ ପ୍ରକାଶ ପରେ ଆଜି କରଞ୍ଜିଆ ଆଇ.ଟି.ଡି.ଏ.: ର ନୂତନ ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗ ଦେଲେ ଚିତ୍ତ ରଂଜନ ମହାନ୍ତ। ଚିତ୍ତରଞ୍ଜନ ମହାନ୍ତ କାଯ୍ୟରେ ଯୋଗଦାନ କରି ଦାୟିତ୍ଵ ରେ ଥିବା ଉପଜିଲ୍ଲାପାଳ ପ୍ରେମଂଶୁ ଚାନ୍ଦ ଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି.| ଓଡିଶା ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଭାବେ ଶ୍ରୀ ମହାନ୍ତ ଏହା ପୁର୍ବରୁ ଫୁଲବାଣୀ, ଆନନ୍ଦ ପୁର ଠାରେ ଉପଜିଲ୍ଲାପାଳ ଭାବେ ଦକ୍ଷତାର ସହିତ କାଯ୍ୟ ତୁଲାଇଥିଲେ | ପୂର୍ବରୁ ଶ୍ରୀ ମହାନ୍ତ ରାଇରଙ୍ଗପୁର ଠାରେ ତହସିଲଦାର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତା ପୂର୍ବ ର ସେ ବ୍ୟାଙ୍କ ମ୍ୟାନେଜର ଓ କିଛି ଦିନ ସକାଶେ ପୁଲିସ ବିଭାଗର ତଥା କେନ୍ଦ୍ରୀୟ ବିଦ୍ୟାଳୟ ରେ ଶିକ୍ଷକତା କରିଥିଲେ | ଆଜି ଶ୍ରୀ ମହାନ୍ତ କାଯ୍ୟରେ ଯୋଗ ଦେଵା ପରେ ତାଙ୍କୁ କରଞ୍ଜିଆ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଵାଗତ କରଯାଇଥିଲା ତେବେ କରଞ୍ଜିଆ ର ଓକିଲ ସଂଘ ପକ୍ଷରୁ ସମ୍ପାଦକ ଦିବ୍ୟ ପ୍ରସାଦ ସାହୁ ସରକାରୀ ଓକିଲ ଜଗମୋହନ ମହାନ୍ତ ଯୁବ ଆଇନଜୀବି ପିପୁନ ସାହୁ ତାଂକ କାଯ୍ୟାଳୟ କୁ ଶୁଭେଚ୍ଛା ଜଣାଇଛନ୍ତିସେହିପରି କରଞ୍ଜିଆ ମହୋତ୍ସବ କମିଟି ପକ୍ଷରୁ ମଧ୍ଯ ସ୍ଵାଗତ କରଯାଇଥିଲା | ପାଞ୍ଚପୀର ପ୍ରେସ କ୍ଳବ ର ଉମାଶଙ୍କର ଦାସ ଓ ସୁରଜ ସିଂ, କରଞ୍ଜିଆ ପ୍ରେସ କ୍ଳବ ପକ୍ଷରୁ ସଂପାଦକ କର୍ଣାର୍ଜୁନ ସାହା ଓ କବିତା ମହାନ୍ତ ତାଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି |ଦୀର୍ଘ ଦିନ ଧରି କାର୍ଯ୍ୟାଳୟ ରେ ଲାଗିରହିଥିବା ଅଚଳବସ୍ଥା ରେସୁଧାର ଆସିବା ସହିତ ନୂତନ ପ୍ରକଳ୍ପ ପ୍ରଶାସକ କାର୍ଯ୍ୟାଳୟ ରେ ଥିବା ଦଲାଲ ରାଜ କୁ ପ୍ରଶମିତ କରିବାରେ ସମର୍ଥ ହେବେ ବୋଲି ଅଞ୍ଚଳ ବାସୀ ଆଶା ପ୍ରକାଶ କରିଛନ୍ତି ।


