ବିନା ଅନୁମତିରେ ସରକାରୀ ପମ୍ପ ହାଉସ ପରିସର ମଧ୍ୟରୁ ପଣସ ବିକ୍ରି ଅଭିଯୋଗ

ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରକାରୀ ପମ୍ପ ହାଉସ ପରିସର ମଧ୍ୟରୁ ପଣସ ବିକ୍ରି କରିବା ନେଇ ଦୁଇ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ଅଭିଯୋଗ ଆସିଛି । ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ଅଫିସ ର ପମ୍ପ ହାଉସ ତଦାରଖ କରିବା ନେଇ ନିୟୋଜିତ ହୋଇଛନ୍ତି କର୍ମଚାରୀ । ଆଜି ପମ୍ପ ହାଉସ ପରିସର ମଧ୍ୟରେ ଏକ ଅଜଣା ଗାଡ଼ି(ନଂ-ଓଡି-୨୪-ବି-୩୧୫୩) ରେ ପଣସ ଲଦା ଯାଉଥିବା ବେଳେ କିଛି ବ୍ୟକ୍ତି ଦେଖି ଅଭିଯୋଗ ଆଣିଛନ୍ତି । ଏହା ବାବଦରେ ପଚରାଉଚରା କରିବାରୁ ସମ୍ପୃକ୍ତ ଗାଡ଼ି ମାଲିକ ବିନା ଅନୁମତି ରେ ସେଠାରେ କାର୍ଯ୍ୟରତ ଥିବା ଦୁଇଜଣ କର୍ମଚାରୀ ଆର. ତିରୁପତି ଏବଂ ଜି. ମୋହନ ରାଓ ଙ୍କ କହିବାରୁ ଭିତରେ ଗାଡ଼ି ପ୍ରବେଶ କରିଥିବା ଓ ପଣସ ନେବା ପାଇଁ ଆସିଥିବା କହିଥିଲେ । ପ୍ରତି ପଣସ ପିଛା ୫୦ ରୁ ୬୦ ଟଙ୍କା ଦେବା ପାଇଁ କହିଥିଲେ । ସେହି ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟରତ ଥିବା ଆର. ତିରୁପତି ସେଠାରେ ଉପସ୍ଥିତ ନ ଥିବା ବେଳେ ଅନ୍ୟତ୍ର କାର୍ଯ୍ୟରତ ଜି. ମୋହନ ରାଓ ସେଠାରେ ଉପସ୍ଥିତ ଥିଲେ ଓ ସେ ଗାଡ଼ିଟିକୁ ଭିତରେ ନେଇ ପଣସ ଲଦିବା ପାଇଁ କହିଥିଲେ । ସରକାରୀ ପମ୍ପ ହାଉସ ପରିସର ମଧ୍ୟରେ କିଭଳି ବିନାନୁମତିରେ ଏକ ପିକଅପ ଗାଡ଼ି ପ୍ରବେଶ କରାଯାଉଛି ଏବଂ ସେଠାରେ କାର୍ଯ୍ୟରତ କର୍ମଚାରୀ ମନମୁଖୀ ଭାବେ ଦିନ ଦ୍ୱିପ୍ରହର ରେ ପଣସ ବିକ୍ରି କରୁଛନ୍ତି ତାହା କିଭଳି ଉପରିସ୍ଥ ଅଧିକାରୀ ଜାଣିପାରୁ ନାହାନ୍ତି ତାହା ସାଧାରଣ ରେ ଚକିତ କରୁଛି । ଇତିମଧ୍ୟରେ ଉକ୍ତ ପମ୍ପ ହାଉସ ଟି କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପଣସ ବିକ୍ରି କରିବା ପାଇଁ ଗାଡ଼ି ବିନାନୁମତିରେ ପ୍ରବେଶ କରାଯାଇପାରୁଛି ତ ଆଗାମୀ ଦିନରେ ପମ୍ପ ହାଉସ ରେ ବ୍ୟବହୃତ ହେଉଥିବା ମୂଲ୍ୟବାନ ଜିନିଷ ବା ପମ୍ପ ବିକ୍ରି କରି ନ ଦେବେ ସେ କଥାକୁ ଟାଳି ହେବନାହିଁ । ପୂର୍ବରୁ କର୍ମଚାରୀ ଙ୍କ ବିରୋଧରେ ସଠିକ ରୂପେ ଡ୍ୟୁଟି କରିବା ନେଇ ଅଭିଯୋଗ ଥିବା ବେଳେ ଉପରିସ୍ଥ ଅଧିକାରୀ ଙ୍କ ଢିଲା ପଣ ପାଇଁ ବୋଧେ ଏହି କର୍ମଚାରୀ ମନମୁଖୀ କାର୍ଯ୍ୟକଳାପ ଚାଲିଥିବା ନେଇ ସନ୍ଦେହ କରାଯାଉଛି । ଅଧିକାରୀ ମାନଙ୍କ ତରଫରୁ ଆଶା ଜଣକ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଆଗାମୀ ଦିନରେ ୟା ବାବଦରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବା ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ