ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଜେପି ସରକାର ର ଶାସନ କାଳ ରେ ଓଡିଶା ରେ ଭୂଷିଡ଼ି ପଡ଼ିଥିବା ଆଇନ ଶୃଙ୍ଖଳାର ପ୍ରତିବାଦରେ ଗଞ୍ଜାମ ଜିଲା କଂଗ୍ରେସ କମିଟି(ପୂର୍ବ )ପକ୍ଷରୁ ସୋମବାର ପୂର୍ବାହ୍ନରେ ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ମହିଳାମାନଙ୍କ ପ୍ରତି ହେଉଥିବା ବଳାତ୍କାର, ଗଣବଳାତ୍କାର ଓ ସଂଗୀନ ଅପରାଧ ବନ୍ଦ କରିବା,ମହିଳାମାନଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାରର ଅତ୍ୟାଚାରୀମାନଙ୍କୁ ସୁରକ୍ଷା ଦେଉଥିବା ଭାଜପା ସରକାରଙ୍କ ଇସ୍ତଫା, ଡବଲ ଇଞ୍ଜନ ସରକାର ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବନ୍ଦ କରିବା, ଅପରାଧୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରି ନାରୀଙ୍କୁ ନ୍ୟାୟ ଦେବା, ଆବାସିକ ବିଦ୍ୟାଳୟରେ ଆଦିବାସୀ ଓ ଦଳିତ ସ୍କୁଲ ଛାତ୍ରୀଙ୍କ ପ୍ରତି ହେଉଥିବା ଯୌନ ବ୍ୟଭିଚାର ବନ୍ଦ କରିବା ,ରାଜ୍ୟରେ ମହିଳା ସୁରକ୍ଷା ଏବଂ ବିକାଶର ସ୍ଲୋଗାନ ଦେଇ ଶାସନକୁ ଆସିଥିବା ଭାଜପା ସରକାରର ୮ ମାସର ଶାସନ କାଳରେ ମହିଳା ହିଂସା ଘଟଣା ସୀମା ଟପିଛି। ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି ଡବଲ ଇଞ୍ଜିନ ସରକାରରେ ଗତ ୮ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସହ ୨ ଛାତ୍ରୀ ମା’ ହେବା ଘଟଣା ସରକାରଙ୍କ ଆଇନଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି ବୋଲି କଂଗ୍ରେସ କହିଛି। ସୁଭଦ୍ରା ଯୋଜନାରେ ଟଙ୍କା ବାଣ୍ଟି ମହିଳାଙ୍କ ବିକାଶ କଥା ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହଛନ୍ତି ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା’ ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି। ଗତ ୮ ମାସ ମଧ୍ୟରେ ରାଜ୍ୟରେ ୧୬ ଶହ ଏଫ୍‌ଆଇଆର୍‌ ପଞ୍ଜୀକୃତ ହେବା ରାଜ୍ୟର ଶାସନ ବ୍ୟବସ୍ଥା ପ୍ରତି କୁଠାରଘାତ ବୋଲି କଂଗ୍ରେସ ଅଭିଯୋଗ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଘେରାଉ ରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ,ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା, ଶାକା ସୁଜିତ କୁମାର,ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ସୁବାଶିନି ପଟ୍ଟନାୟକ,ସୁଜ୍ଞାନୀ ପଟ୍ଟନାୟକ,ବନଜା ପଣ୍ଡା,କାଳିଆ ରାଉଳ, ଅଶୋକ କୁମାର ପଟ୍ଟନାୟକ,ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ନଗର ପାଳ ରାମ ଚନ୍ଦ୍ର ବେହେରା, ଇଜୁ ଆମିନ ଖାନ, ବଳିଆ ବେହେରା, ମହେଶ ଗୌଡ଼, ସୁବୋଧ ସୁମନ ସ୍ୱାଇଁ, କୁନା ରେଡ୍ଡୀ, ବିପ୍ର ପ୍ରଧାନ, ହାଡୁ ରେଡ୍ଡୀ,ଗଣପତି ବାରିକ, ଭବନୀ ଶଙ୍କର ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ