ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ନର୍ବନ୍ଧ ପ୍ରତାରିତା ଯୁବତୀ ଦେଲେ ଏତଲା  

ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀ ଙ୍କୁ ବିବାହର  ପ୍ରତିଶ୍ରୁତି ଦେଇ ପ୍ରାୟ ଏକ ବର୍ଷ ହେଲା ସମ୍ପର୍କ ରଖିଥିଲେ ଯୁବକ । ସେ ହେଲେ ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ ) ସିମାଞ୍ଚଳ ମଲ୍ଲିକ। ତାଙ୍କ ପୈତୃକ ଗାଁ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ମରେଇବାଡ଼ି । ପରେ ଯୁବତୀ ଙ୍କୁ ପ୍ରତାରଣା କରି ସିମାଞ୍ଚଳ କୁକୁଡ଼ାଖଣ୍ଡିି ବ୍ଲକ ଟାମଣା ଗ୍ରାମର ଅନ୍ୟଜଣେ ଯୁବତୀ ଙ୍କୁ ବିବାହ କରିବା ପାଇଁ ନିର୍ବନ୍ଧ ସାରି ଦେଇଥିବା ଅଭିଯୋଗ ହୋଇଛି। ପ୍ରତାରିତା ଯୁବତୀ ଜଣକ  ଦିଗପହଣ୍ଡି ଥାନା ରେ  ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି  ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୯୮/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଥାନା ଏସ.ଆଇ ସୋଫିଆ ମିଶ୍ର ଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।  ସିମାଞ୍ଚଳ ଉକ୍ତ ଯୁବତୀ ଙ୍କୁ  ଫେବୃୟାରୀ ୨୪ ତାରିଖରେ ଚିକିଟି ପେଣ୍ଠ ର ଏକ ଲଜିଂ କୁ ନେଇ  ତାଙ୍କ ସହ ଦୁଷ୍କର୍ମ କରିବା ପରେ  ସେଠାରେ ଉଭୟେ ରାତି ବିତାଇଥିଲେ।ସକାଳେ ଖବରପାଇ ଯୁବତୀ ଙ୍କ ମାମୁଁ ସେଠାରେ ପହଞ୍ଚି ଉଭୟଙ୍କୁ ତାଙ୍କ ଘରକୁ ଡ଼ାକି ନେଇଥିଲେ।ପରେ ସିମାଞ୍ଚଳ ଙ୍କ ବାପା ଲବ ମଲ୍ଲିକ ଏବଂ କିଛି ଭଦ୍ରବ୍ୟକ୍ତି ଙ୍କୁ ଡାକି ଉଭୟଙ୍କ ବିବାହ ପାଇଁ ଆଲୋଚନା କରିଥିଲେ। ସିମାଞ୍ଚଳ ଯୁବତୀଙ୍କୁ ବିବାହ ପାଇଁ ସହମତି ପ୍ରକାଶ କରିଥିଲେ ମଧ୍ୟ ବାପା ଲବ ଏବଂ ଉପସ୍ଥିତ ଭଦ୍ରଲୋକ ମାନେ ବିବାହ ପ୍ରସ୍ତାବକୁ ରୋକ ଠୋକ ମନା କରିଦେଇଥିଲେ। ସିମାଞ୍ଚଳ ଙ୍କ ବିବାହ ପାଇଁ ଅନ୍ୟତ୍ର ନିର୍ବନ୍ଧ ସରିଥିବା ଜାଣିବା ପରେ ଯୁବତୀ ଜଣକ ଥାନାରେ ଏତଲା ଦେଇଥିବା ଜଣାପଡିଛି। ସିମାଞ୍ଚଳ ଗିରଫ ଭୟରେ ଫେରାର ଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ