ଜାତୀୟ ଆଇନ ସେବା ପ୍ରାଧିକରଣର ବିଶାଳ ଆଇନ ସେବା ଓ ସଚେତନତା ଶିବିର
କେନ୍ଦ୍ରାପଡା – ରାଜ୍ୟ ଆଇନ ସେବା ପ୍ରାଧରକରଣ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଗୁରୁବାର ପୂର୍ବାହ୍ନରେ ଏକ ଜାତୀୟ ଆଇନ ସେବା ପ୍ରାଧିକରଣର ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜରିମ ଖାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଶାଳ ଆଇନ ସେବା ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଚୀବ ଦେବାଶିଷ ନାୟକ ଯୋଗଦେଇ ମାଗଣା ଆଇନ ସେବା ଆଜିବି ସମସ୍ତଙ୍କ ପାଖରେ ପହଁଚି ପାରିନଥିବାରୁ ସେମାନେ ଶୋଷିତ, ଲାଞ୍ଛିତ ହେବା ସହ ଅର୍ଥାଭାବରୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ । ଆଇନ ସମ୍ପର୍କରେ ଅଜ୍ଞ ଥିବାରୁ ସେମାନେ ଏହାର ସୁଯୋଗ ନେଇପାରୁ ନାହାନ୍ତି । ୧୯୮୭ ମସିହାରେ ମାଗଣା ଆଇନ ସେବା ପ୍ରଣିତ ହୋଇଥିବା ବେଳେ ୧୯୯୫ମସିହାରେ ଏହା କାର୍ଯ୍ୟକାରୀ ହୋଇଥିଲା । ଜାତୀୟ ସ୍ତରରୁ ଆରମ୍ଭ କରି ରାଜ୍ୟ, ଜିଲ୍ଲା ଓ ତାଲୁକ ସ୍ତର ପର୍ଯ୍ୟନ୍ତ ମାଗଣା ଆଇନ ସେବା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଦୁସ୍ଥ, ଗରୀବ, ଅସହାୟ, ଭିନ୍ନକ୍ଷମ, ଶ୍ରମିକ ଓ ବନ୍ଦିମାନଙ୍କୁ ସାଧାରଣତଃ ଏହି ସେବା ଯୋଗାଇ ଦିଆଯାଇଥାଏ । ପ୍ରତି ଜିଲ୍ଲାରେ ୱାନଷ୍ଟଫ କେନ୍ଦ୍ର ଖୋଲାଯାଇ ପିଡିତା ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଓ ମାଗଣା ଆଇନ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ମହାଭାରତର ଉପାଖ୍ୟାନକୁ ଉଦ୍ଧାରକରି ଶ୍ରୀ ନାୟକ କହିଥିଲେ ଯେ ଦୈା୍ରପଦୀଙ୍କ ବସ୍ତ୍ର ହରଣ ବେଳେ ଭୀଷ୍ମ ନୀରବ ରହିଥିବା ବେଳେ ରାମାୟଣର ସୀତା ଅପହରଣ ସମୟରେ ସୀତାଙ୍କୁ ରକ୍ଷା ନିମନ୍ତେ ଜଟାୟୁ ଶେଷ ଜୀବନ ପର୍ଯ୍ୟନ୍ତ ରାବଣ ସହିତ ଲଢି ଥିବାରୁ ଭୀଷ୍ମଙ୍କ ଅପେକ୍ଷା ଜଟାୟୁ ହେଉଛି ଶ୍ରେଷ୍ଠ । ତେଣୁ ସମାଜରେ ଘଟୁଥିବା ଅପରାଧ ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଜିଲ୍ଲା ଦୈାରାଜଜ ତଥା ଜିଲ୍ଲା ।ାଇନ ସେବା ପ୍ରାଧିକରଣ ସଚିବ ବାସୁଦେବ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ସହ ସମସ୍ତଙ୍କ ନିକଟରେ ଏହି ମାଗଣା ଆଇନ ସେବା କିଭଳି ପହଁଚିବ ସେଥିପ୍ରତି ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ଶୁଭେଛା ଜଣାଇବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜମଙ୍ଗଳ, ସାମାଜିକ ସୁରକ୍ଷା, ମତ୍ସ୍ୟ, ଉଦ୍ୟାନକୃଷି ଭଳି ବିଭିନ୍ନ ଲାଇନ ଡିପାର୍ଟମେଂଟ ପକ୍ଷରୁ ଏହି ପଡିଆରେ ଷ୍ଟଲ ଖୋଲି ଉପଯୁକ୍ତ ଲୋକମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ୭୧ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ପଂଚାୟତ ପୋଖରୀରେ ମାଛଚାଷ କରିବାକୁ ସହାୟତା ବାବଦ ୧୨ଲକ୍ଷ,୨ହଜାର ୩୮ଟଙ୍କା,ମୁଖ୍ୟମନ୍ତ୍ରୀଙ୍କ ମତ୍ସ୍ୟଉନ୍ନୟନ ଯୋଜନାରେ ୪୦ଟି ଗୋଷ୍ଠିକୁ ପ୍ରତ୍ୟେକ ୫ହଜାରକରି ଆବର୍ତ୍ତ ପାଣ୍ଠି ସହାୟତା,ମତ୍ସ୍ୟଜୀବିଙ୍କ ୧୩ ଜଣ ମେଧାବୀ ପୁତ୍ରକନ୍ୟାଙ୍କୁ ୬୯ହଜାର ୫ଶହ ଟଙ୍କା,ରାଷ୍ଟ୍ରୀୟ କୃହି ବିକାଶ ଯୋଜନାରେ ମାଛ ପୋଖରୀ ଖୋଳିବା ପାଇଁ ୩ଲକ୍ଷ,୨୨ହଜାର ୬ଶହ ଟଙ୍କା ରିହାତି ସହାୟତା,ଏଫ.ଏପ.ଡି.ଏ.ଯୋଜନାରେ ୫ଜଣ ମତ୍ସ୍ୟଚାଷୀଙ୍କୁ ଏକଲକ୍ଷ,୭୬ହଜାର ୮୫୦ଟଙ୍କା ସହାୟତା,ମତ୍ସ୍ୟ ସମବାୟ ସମିତିର ଆବର୍ତ୍ତ ପାଣ୍ଠି ବାବଦରେ ୨ଲକ୍ଷ ସହାୟତା,ନୀଳ ବିପ୍ଳବ ଯୋଜନାରେ ମାଛ ବିକ୍ରୀବଟା ନିମନ୍ତେ ଭିତ୍ତିଭୂମିର ବିକାଶ ପାଇଁ ଅଟୋରିକ୍ସା ବାବଦରେ ଏକଲକ୍ଷ,୨୦ହଜାର ଟଙ୍କା ଓ ବରଫ ବାକ୍ସ ସହିତ ମୋପେଡ ବାବଦକୁ ୯୭ହଜାର ୭୩୧ଟଙ୍କା ହିତାଧିକାରୀମାନଙ୍କୁ ଅତିଥିମାନେ ପ୍ରଦାନ କରିଥିଲେ । ସେହିଭଳି ଉଦ୍ୟାନକୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଫଳଚାରା ଓ ସ୍ପ୍ରେୟାର ପ୍ରଦାନ କରାଯାଇଥିବା ବେଳେ ଶ୍ରମ ବିବାଗ ପକ୍ଷରୁ ପଞ୍ଜିକରଣ ପ୍ରମାଣପତ୍ର,ସମାଜମଙ୍ଗଳ ବିଭାଗ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠିକୁ ରିଭଲଭିଂ ଫଣ୍ଡ ଓ ସି.ଏଲ.ଏଫ.ଏବଂ ଜି.ପି.ଏଲ.ଏଫକୁ ସହାୟତା ରାଶିର ଚେକ, କେନ୍ଦ୍ରାପଡା ତହସିଲ ପକ୍ଷରୁ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁନେତ୍ର ଯୋଜନାରେ ଚଷମା ପ୍ରଦାନ, ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ,ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ମହାକାଳପଡା ଡଙ୍ଗାବୁଡି ଘଟଣାରେ ସାହସିକତା ପ୍ରଦର୍ଶନ କରିଥିବା ପୂର୍ଣ୍ଣମା ଗିରି ଓ ସବିତା ଗିରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ପିଡି ଦିଲ୍ଲିପ କୁମାର ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ସିଡିଏମଓ ଉର୍ମିଳା ମିଶ୍ର, ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ପ୍ରମୁଖ ମଂଚାସୀନ ଥାଇ ବକ୍ତବ୍ୟ ରଖିଥିଲେ । ପରିବାର ଅଦାଲତ ଜଜ,ଅତିରିକ୍ତ ଜିଲ୍ଲାଜଜ,ସିଜିଏମ.ଙ୍କ ସମେତ ସମସ୍ତ ଜୁଡିସିଆଲ ଅଫିସର ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ର ଆଇନ ସାକ୍ଷରତା କ୍ଲବ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ “ମଣିଷ ଖୋଜୁଛି ଗଛର ଛାଇ”ଶୀର୍ଷକ ନାଟକ ପରିବେଷଣ କରିଥିଲେ । ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


