ଅଗ୍ନିକାଣ୍ଡରେ ପୀଡ଼ିତାଙ୍କୁ ସହାୟତା ପ୍ରଦାନ କଲେ ତହସିଲଦାର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତ  ଫାସିବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଉଜ୍ବଳ ଗୈାଡଙ୍କ ବାସଗୃହ ସମେତ ଗୁହାଳ ପୋଡି ପାଉଁଶ ହୋଇଯାଇଥିବା ବେଳେ ତାଙ୍କ ୨ ଟି ମଇଁଷି ମଧ୍ୟ ଅର୍ଦ୍ଧ ଦଗ୍ଧ ପାଲଟିଥିଲେ । ସେହିପରି ଲଳିତ ମୋହନ ଗୈାଡଙ୍କ ଏକ ଗୁହାଳ ପୋଡି ଯାଇଥିଲା ।ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଗ୍ରାମରେ ପହଞ୍ଚି ବିପନ୍ନ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଉଜ୍ଜଳ ଙ୍କ ପରିବାର ଲୋକଙ୍କୁ  ରେଡକ୍ରସ ପାଣ୍ଠି ରୁ ୨୦ ହଜାର ଟଙ୍କା ସହାୟତା ରାଶି ଓ  ଜରି ପାଲ ପ୍ରଦାନ କରିଥିଲେ।ତହସିଲଦାର ଙ୍କ ସହ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଭୀଷ୍ମଗିରି ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ବେହେରା , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା , ସାମାଜିକ କର୍ମୀ କେ . ନରସିଂହ ପାତ୍ର , ବିକ୍ରମ ପାତ୍ର , ସୁଦାମ ବେହେରା , ତ୍ରିନାଥ ଗୌଡ଼ , ୱାର୍ଡ ସଭ୍ୟ ପିତବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ