ଭାଇଚାରା ସୃଷ୍ଟି କଲା ହୋଲି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରଙ୍ଗର ପର୍ବ ହୋଲିର ସାତ ରଙ୍ଗରେ ରଙ୍ଗିନ ହୋଇଛନ୍ତି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ଜନସାଧାରଣ । ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ଆବାଳ ବୃଦ୍ଧ ବନିତା ରଙ୍ଗର ପର୍ବ ହୋଲିର ସାତ ରଙ୍ଗରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା। ପ୍ରଶାସନିକ ଅଧିକାରୀ, ହିଞ୍ଜିଳିକାଟୁ ଥାନା ପରିସରରେ ଥାନା ଅଧିକାରୀ ଶ୍ରୀନିବାସ ସେଠିଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ହୋଲି ପର୍ବ ପାଳନ କରିଛନ୍ତି । ସାମ୍ବାଦିକ, ରାଜନେତା, ଓକିଲ, ଯୁବକ ସଂଘ ଓ ବୁଦ୍ଧିଜିବୀ ମାନେ ହୋଲି ପାଳିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ହିଞ୍ଜିଳିକାଟୁ ପୌରପରିଷଦ ସମ୍ମୁଖରେ ଥିବା ନୁତନ ବସଟର୍ମିନାଲ ପରିସରରେ ଚା ଖଟି ଗୃପ ହୋଲି ପର୍ବ ପାଳନ କରୁଥିଲେ। ଵିଭିନ୍ନ ସାହିର ବହୁ ଯୁବ ଗୋଷ୍ଠୀ ବିରାଟ ପଟୁଆରରେ ଶଙ୍ଖ,ମହୁରୀ,ଡିଜେ ଓ ସଂଗୀତର ତାଳେତାଳେ ସହର ପରିକ୍ରମା କରି ସମସ୍ତଙ୍କୁ ଅବିର ଲଗାଇ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସେଥି ପାଇଁ ସାରା ସହର ଉତ୍ସବମୁଖର ହୋଇ ପଡ଼ିଥିଲା। ହୋଲି ଉତ୍ସବ ପାଳନ ଅବସରରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଥିଲା । ଶାନ୍ତି ଶୃଙ୍ଖଳା ସକାଶେ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରାଯିବା ସହ ସହରର ବିଭିନ୍ନ ସ୍ଥାନରେ ସାଦା ପୋଷାକଧାରୀ ପୋଲିସ ମୃତୟନ କରାଯାଇଥିଲା।