ଢେଙ୍କାନାଳ ଥିଙ୍କର୍ସ ଫୋରମର ହୋଲି ପର୍ବ ପାଳନ

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ଢେଙ୍କାନାଳ ସହରରେ ରଙ୍ଗର ପର୍ବ ହୋଲି ପାଳନ କରାଯାଇଥିଲା |ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ, ସାମାଜିକ ସହ- ପ୍ରମୁଖ ଶ୍ରୀଯୁକ୍ତ ଅବିନାଶ ପଟ୍ଟନାୟକ, କବି ଶ୍ରୀଯୁକ୍ତ ଦେବ ପ୍ରସାଦ ସାହୁ ଏବଂଶ୍ରୀଯୁକ୍ତ ବିନୋଦ ମଲ୍ଲିକ ମିଳିତ ଭାବେ ସହରର କିଛି ବରିଷ୍ଠ ବୁଦ୍ଧିଜୀବୀଙ୍କ ଘରକୁ ଯାଇ ସେମାନଙ୍କୁ ଗୋଲାପ ଫୁଲ ସହ ଶୁଭେଚ୍ଛା ଜଣେଇ, ମିଠା ଖୁଆଇ ହୋଲି ପର୍ବ ପାଳନ କରିଛନ୍ତି |
ଫୋରମ ତରଫରୁ କବି ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ, କବୟିତ୍ରୀ ପ୍ରବାସିନୀ ମହାକୁଡ଼, ଆଇନଜୀବୀ ସୁଭାଷିନୀ ମହାକୁଡ଼, ଆଇନଜୀବୀ ଶ୍ରୀଯୁକ୍ତ ଶିବସାଇ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମାନସ ରଥ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାରାୟଣ ଦାସ,ସାହିତ୍ୟିକ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ,ଅବସର ପ୍ରାପ୍ତ ଅଧ୍ୟାପକ ତଥା କବି ଶ୍ରୀଯୁକ୍ତ ଅଟଳ ବିହାରୀ ଦାସ, ସାହିତ୍ୟିକା ଶ୍ରୀମତୀ ସଂଯୁକ୍ତା ମିଶ୍ର, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଭବାନୀ ଶଙ୍କର ମିଶ୍ର,ଆଇନଜୀବୀ ଶ୍ରୀଯୁକ୍ତ ସୁରେଶ ମହାପାତ୍ର,ଅବସର ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟପ୍ରାଣ ଶ୍ରୀଯୁକ୍ତ ଶଙ୍କର୍ଷଣ ଶତପଥୀଙ୍କ ସହିତ ହୋଲି ଖେଳାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ