କାଙ୍କଣ ଶିଖରୀ
କାଙ୍କଣ ଶିଖରୀ ଶୋଭାର ଭଣ୍ଡାର
ନୀଳ ବିଚିମାଳା କରି ଗଳାହାର ।
ନୀଳାମ୍ବୁ ଚିଲିକା ଗର୍ଭେ ଅବସ୍ଥିତି
ତିରିଶ ଏକର କ୍ଷେତ୍ରଫଳ ସ୍ଥିତି ।
ବାଣପୁର କୂଳ ନଈରୀ ଗ୍ରାମରୁ
ଚିଲିକା ବକ୍ଷରେ ଦିଶଇ ପାଖରୁ ।
ବୌଦ୍ଧ ତାନ୍ତ୍ରିକଙ୍କ ତନ୍ତ୍ରପୀଠ ଥିଲା
କାଳର ସ୍ରୋତରେ ଲୀଳାକ୍ଷେତ୍ର ହେଲା ।
ଶ୍ରୀକ୍ଷେତ୍ରବିହାରୀ ଆସିଲେ ସେ କ୍ଷେତ୍ର।
ନଈରୀ ଲୀଳା ମଣି ଅସୁରକ୍ଷିତ ।
ତିନି ମାସ ଉର୍ଦ୍ଧ ଏଠି ଲୀଳା କରି
ପୁଣି ଲୀଳା କଲେ ନଈରୀକୁ ଫେରି ।
କାଙ୍କଣ ଶିଖରୀ କାଙ୍କଣ ଖାଇଲେ
ନଈରୀ ଯମୁନା ପାଣି ପିଇଥିଲେ ।
ଲୁଣି ପାଣି ମଧ୍ୟେ ମିଠାପାଣି ଖାତ
ନଈରୀ ଯମୁନା ନିର୍ଝର ବିଖ୍ୟାତ।
ରାଜା ରାମଚନ୍ଦ୍ର ଦେବଙ୍କ ସମୟେ
ଏ ଲୀଳା ଘଟିଛି ତକି ଖାଁ ଭୟେ ।
ମାଦଳା ପାଞ୍ଜିରେ ହୋଇଛି ଲିଖିତ
କାଙ୍କଣ ଶିଖରୀ ଲିଳାକ୍ଷେତ୍ରେ ଖ୍ୟାତ ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ