ଅଲ ଓଡ଼ିଶା ଆଙ୍ଗନବାଡି ୱାର୍କରସ ଆସୋସିଏସନ ତରଫରୁ ବିଶାଳ ଗଣ ଧାରଣା

ମାଲକାନଗିରି,(ମନୋଜ କୁମାର ସାହା):  ଅଲ ଓଡ଼ିଶା ଆଙ୍ଗନବାଡି ଲେଡିସ ୱାର୍କରସ ଆସୋସିଏସନ ତରଫରୁ ବିଶାଳ ଗଣ ଧାରଣା ଦିଆଯାଇଥିଲା। ଏହି ଗଣଧାରଣାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ସହ ଅଙ୍ଗନବାଡି ସହକର୍ମୀ ଯୋଗ ଦେଇଥିଲେ। ପ୍ରାୟ୩୦୦୦ ରୁ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ଓ ସହକର୍ମୀ ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ଜିଲ୍ଲାପାଳ କଯ୍ୟାଳୟ ପଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଗଣଧାରଣା ଦିଆଯାଇଥିଲା। ଅନେକ ଗୁଡିଏ ଦାବି ନେଇ ଏହି ଧାରଣା ଦିଆଯାଇଥିଲା। ଦାବି ଗୁଡିକ ମଧ୍ୟରେ ପ୍ରମୁଖ ଦାବି ଗୁଡିକ ହେଲା ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ଦିଆଯାଉ, ଅଙ୍ଗନବାଡି କର୍ମୀଙ୍କୁ ୧୮୦୦୦ ଟଙ୍କା ଓ ସହ କର୍ମୀଙ୍କୁ ୯୦୦୦ ଟଙ୍କା ମାସିକ ଦରମା ପ୍ରଦାନ, ଅଙ୍ଗନବାଡି କର୍ମୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ଅବସର ପ୍ରାପ୍ତି କର୍ମଚାରୀଙ୍କୁ ସହାୟତା ରାସି ପ୍ରଦାନ, ବିଭିନ୍ନ ଯୋଜନା ଓ ବିଭିନ୍ନ ଯୋଜନାର ଅନ୍ତର୍ଭୁକ୍ତ କରାଯାଉ। ତେବେ ଅଙ୍ଗନବାଡି କର୍ମୀ ସରକାରଙ୍କ ସମସ୍ତ ଯୋଜନା ସଫଳ କରିଛନ୍ତି, ବିଭିନ୍ନ କ୍ଷେତ୍ରରେ ସେମାନେ ନିଜେ ପରିଶ୍ରମ କରୁଥିବା ବେଳେ ସରକାର ସେଭଳି କୌଣସି ସରକାରୀ ସହାୟତା ପ୍ରଦାନ କରୁନଥିବା ସେମାନଙ୍କୁ ବ୍ୟତିଥି କରିଥିବା ମଧ୍ୟ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଦାବି ଗୁଡ଼ିକ ପୂରଣ ନହେଲେ ଅଲ ଓଡ଼ିଶା ଆଙ୍ଗନବାଡି ଲେଡିସ ୱାର୍କରସ ଆସୋସିଏସନ ତରଫରୁ ଭୁବନେଶ୍ୱର ଠରେ ଅନିର୍ଦ୍ଧିଷ୍ଟ କାଳ ଧରି ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ