ବିଦେଶୀ ମଦ ସହ ଜଣେ ଗିରଫ

ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଟୁଟୁ ସେଠୀ ଙ୍କ ନିକଟରୁ ପୁଲିସ ୨୨ ଟି ବିଦେଶୀ ମଦ ବୋତଲ ଜବତ କରିଛନ୍ତି। ବିନା ଲାଇସେନ୍ସ ରେ ବେଆଇନ ଭାବେ ବିଦେଶୀ ମଦ ଚୋରା ଚାଲାଣ କରୁଥିବା ଅଭିଯୋଗ ରେ  ତାଙ୍କ ନାଁ ରେ ଦିଗପହଣ୍ଡି ଥାନା ମାମଲା ନଂ.୧୧୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି।ସୋମବାର ସନ୍ଧ୍ୟାରେ ଥାନା ଏସ. ଆଇ ସୋଫିଆ ମିଶ୍ର ସଦଳବଳେ ବି. ତୁରୁବୁଡ଼ି ପଞ୍ଚାୟତ ଇଲାକାରେ ଅବକାରୀ ଧରପଗଡ କରୁଥିବା ବେଳେ ଟୁଟୁ ଏକ ଜରିଅଖା ଧରି ରାସ୍ତାରେ ଯାଉଥିଲେ।ପୋଲିସ ଟିମ୍ ସନ୍ଦେହରେ ତାଙ୍କୁ ଅଟକାଇ ଜରିଅଖା ଖାନ ତଲାସ କରିବାରୁ ସେଥିରେ ୨୨ ଟି ବିଦେଶୀ ମଦ ବୋତଲ ଥିବା ଜଣାପଡିଥିଲା। ଘଟଣାସ୍ଥଳରେ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଥାନା ଏସ.ଆଇ ସେଗୁଡିକୁ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାକୁ ଉଠାଇ ଆଣିଥିଲେ।ଏନେଇ ସେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ