ଭାରତୀୟ ମଜଦୁର ସଂଘ ଓ ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁରରେ ସରକାରଙ୍କ ବିରୋଧରେ ଅଙ୍ଗନବାଡି କର୍ମୀ ଙ୍କ ଗର୍ଜନ ।ନବରଙ୍ଗପୁର ଜିଲ୍ଲା ଭାରତୀୟ ମଜଦୁର ସଂଘ ଓ ଅଲ ଓଡିଶା ଲେଡ଼ିଜ ୱାର୍କର ଆସୋସିଏସନ ତରଫରୁ ନବରଙ୍ଗପୁର ରେ ଏଜ ବିଶାଳ ରାଲି କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି।୪୦ ବର୍ଷ ଧରି ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରିବା ପରେ ମଧ୍ୟ ମିଳୁନି ସରକାରୀ ମାନ୍ୟତା ନା ମିଳୁଛି ଉଚିତ ପରାଶ୍ରମିକ । ଯାହାକୁ ନେଇ ଅଙ୍ଗନବାଡ଼ି କର୍ମୀ ମାନେ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିବା ସହ ୧୨ ଦଫା ଦାବି ପୁରଣ ପାଇଁ ସରକାର ଙ୍କୁ ଚେତାବନୀ ଦେଇଛି ନବରଙ୍ଗପୁର ଜିଲ୍ଲା ଅଲଓଡ଼ିଶା ଅଙ୍ଗନବାଡି କର୍ମୀ ନବରଙ୍ଗପୁର ଶାଖା । ଏନେଇ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଅଙ୍ଗନବାଡି କର୍ମୀ ଙ୍କ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଅଙ୍ଗନବାଡି କର୍ମୀ ଙ୍କ ଦାବି ପ୍ରତି ଗୁରୁତ୍ୱ ନ ଦେଇ ସେମାନଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ଅଭିଯୋଗ କରିଛି ଅଙ୍ଗନବାଡି ସଂଘ । ୧୨ ଦଫା ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛି । ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ କରିବା ପରେ ମଧ୍ୟ ସରକାରୀ ମାନ୍ୟତା ମିଳୁଛି ନା ଉଚିତ ପାରିଶ୍ରମିକ ମିଳୁଛି । ତେଣୁ ସରକାରୀ ମାନ୍ୟତା ପ୍ରଦାନ କରିବା ସହିତ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଦାବି କରିଛି ସଂଘ। ଦିନକୁ ଦିନ ଦରଦାମ ବୃଦ୍ଧି ଘଟୁଥିବା ବେଳେ କିନ୍ତୁ ଅଙ୍ଗନବାଡି ରନ୍ଧା ଖାଦ୍ୟ ରେ ମୂଲ୍ୟ ବୃଦ୍ଧି ହେଉ ନାହିଁ ତେଣୁ ଅଙ୍ଗନବାଡି ଖାଦ୍ୟର ମୂଲ୍ୟ ବୃଦ୍ଧି, ସମସ୍ତ ସମାନ କର୍ମଚାରୀ ଙ୍କୁ ସମାନ ଦରମା ପ୍ରଦାନ, ଅଙ୍ଗନବାଡି କର୍ମୀ ଙ୍କୁ ଅବସର ଗ୍ରହଣ ସମୟ ରେ ଏକକାଳୀନ ୧୫ ଲକ୍ଷ ଟଙ୍କା ପ୍ରଦାନ, ସହାୟକ କର୍ମୀ ଙ୍କୁ ଅବସର କାଳୀନ ସହାୟତା ରାଶି ଏକ କାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ, ସେହିଭଲି ଦୁର୍ଘଟଣା ଜନିତ ସହାୟତା ୧୦ ଲକ୍ଷ ଓ ମୃତ୍ୟୁ କାଳୀନ ସହାୟତା ୫ ଲକ୍ଷ ଟଙ୍କା ଦାବି କରିଛନ୍ତି। ମହିଳା ସଶକ୍ତି କରଣ ଦିଗରେ ତୁରନ୍ତ ନିର୍ଧେଶ ଜାରି କରି ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ।ଏହା ଯଦି ପୁରଣ କରା ନ ଯାଏ ତାହେଲେ ଆଗାମୀ ଦିନରେ ପଲ୍ଲୀ ରୁ ଦିଲ୍ଲୀ ଯାଏ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି l ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ, ଉପଦେଷ୍ଟା ପରମେଶ୍ୱର ବିଷୋୟୀ କୋଠାବାଡି ସଂଘ ସମ୍ପାଦକ ରାମ ବିଷୋୟୀ,ବିଶ୍ୱକର୍ମା ମଜଦୁର ସଂଘ ସମ୍ପାଦକ ଖଗେଶ୍ୱର ବିଷୋୟୀ ଅଙ୍ଗନବାଡି ସଂଘ ଉପଦେଷ୍ଟା ସବିତା ନାୟକ ଜିଲ୍ଲା ସଭାନେତ୍ରୀ ଭାଗ୍ୟବତୀ ଷଡ଼ଙ୍ଗୀ ସମ୍ପାଦିକା ସନ୍ଦ୍ୟାରାଣୀ ବିଶ୍ୱାସ କୋଷାଧ୍ୟକ୍ଷ ମମତା ବ୍ରହ୍ମା ଆଶା କର୍ମୀ ସଂଘ ସମ୍ପାଦିକା ଗୀତାଞ୍ଜଳି ହରିଜନ ସମେତ ଶହ ଶହ କର୍ମୀ ଯୋଗ ଦେଇଥିଲେ l