ନାବାଳିକା ଦୁଷ୍କର୍ମକାରୀକୁ ୨ଠ ବର୍ଷ ଜେଲଦଣ୍ଡ

ନବରଙ୍ଗପୁର,(ୱାଇଏନଏସ):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରକରି ଅତିରିକ୍ତ ଜିଲ୍ଲା ଜଜ ତଥା ପୋକ୍ସୋ ଅଦାଲତ ବିଚାରପତି ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତକୁ ୨ଠ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି l ଏଥିସହ ୧ଠ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି l ସୂଚନାଯୋଗ୍ୟ ଡାବୁଗାଁ ଥାନା ଅନ୍ତର୍ଗତ ରାଉଲିଗୁଡା ଗ୍ରାମର ଭୀଷ୍ମ ଜାନୀ (୨୩) ସମ୍ପୃକ୍ତ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇବା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା କାରଣରୁ ନାବାଳିକା ୮ ମାସର ଗର୍ଭବତୀ ହୋଇଥିବାବେଳେ ଅଭିଯୁକ୍ତ ଭୀଷ୍ମ ବିବାହ ନିମନ୍ତେ ପ୍ରତ୍ୟlଖ୍ୟାନ କରିଥିଲା l ନିରୁପାୟ ହୋଇ ନାବାଳିକା ଥାନା ଦ୍ୱାରସ୍ଥ ହେବାପରେ ଡାବୁଗାଁ ଥାନାରେ କେଶ ନଂ ୫୨/୨୨ ରେ ମାମଲା ରୁଜ୍ଜୁ ହୋଇଥିଲା l ଅଭିଯୁକ୍ତ ଭୀଷ୍ମକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା ପୋଲିସ l ୨ଠ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ବିଚାରପତି ୨ଠ ବର୍ଷ ସଜ୍ଜା ଆଦେଶ ଦେଇଛନ୍ତି l ଏଥିସହିତ ପୀଡିତା ନାବାଳିକାଙ୍କୁ ୧୪ ଲକ୍ଷ ୫ଠ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି l ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସଚି଼ନନ୍ଦନ ସ୍ୱାଇଁ ଏହି ମୋକଦ୍ଦମା ପରିଚାଳନା କରୁଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ