କାଟୁ ରାଜମାତାଙ୍କ ଦେହାନ୍ତ
ହିିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ ,ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ରାଜବାଟି ସ୍ଥିତ ରାଜମ।।ତା ଶରତକୁମାରୀ ଦେଓ (୭୨) ଙ୍କ ବୁଧବାର ଭୋରରେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁଶର୍ଯ୍ୟା ନିକଟରେ ପୁତ୍ର ତଥା କାଟୁ ରାଜାସାହେବ ଲଲାଟେନ୍ଦୁ କେଶରୀ ଭଂଜଦେଓଙ୍କ ସମତେ ପୁତ୍ରବଧୁ ତଥା ରାଜକୁମାରୀ ଓ ରାଜ ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତା ରାଜମାତା ଜଣେ ମିଷ୍ଟାଭାଷୀ, ପରୋପକାରୀ ଓ ଧର୍ମପରାୟଣା ମହିଳା ଥିଲେ । ସେ ଖୋର୍ଦ୍ଦା ଜିଲ୍ଲାର ହଳଦିଆଗଡ଼ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କାଟୁ ଗଡ଼ର ପୂର୍ବତନ ରାଜା ଲଲିତ କେଶରୀ ଭଂଜଦେଓଙ୍କୁ ବିବାହ କରିଥିଲେ । ରାଜାମାତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଅଂଚଳର ବହୁ ବ୍ୟକ୍ତି ରାଜବାଟିରେ ପଂହଚି ରାଜମାତାଙ୍କ ଶେଷ ଦର୍ଶନ କରିଥିଲେ । ମରଶରୀରକୁ ସହର ପରିକ୍ରମା ପରେ ଘୋଡ଼ାହାଡ଼ ନଦୀ ନିକଟସ୍ଥ ରାଜତୋଟାରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା ।ଗାବ୍ଦ ନ୍ୟୁଜ ,ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ରାଜବାଟି ସ୍ଥିତ ରାଜମ।ତା ଶରତକୁମାରୀ ଦେଓ (୭୨) ଙ୍କ ବୁଧବାର ଭୋରରେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁଶଯ୍ରାଁ ନିକଟରେ ପୁତ୍ର ତଥା କାଟୁ ରାଜାସାହେବ ଲଲାଟେନ୍ଦୁ କେଶରୀ ଭଂଜଦେଓଙ୍କ ସମତେ ପୁତ୍ରବଧୁ ତଥା ରାଜକୁମାରୀ ଓ ରାଜ ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତା ରାଜମାତା ଜଣେ ମିଷ୍ଟାଭାଷୀ, ପରୋପକାରୀ ଓ ଧର୍ମପରାୟଣା ମହିଳା ଥିଲେ । ସେ ଖୋର୍ଦ୍ଦା ଜିଲ୍ଲାର ହଳଦିଆଗଡ଼ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କାଟୁ ଗଡ଼ର ପୂର୍ବତନ ରାଜା ଲଲିତ କେଶରୀ ଭଂଜଦେଓଙ୍କୁ ବିବାହ କରିଥିଲେ । ରାଜାମାତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଅଂଚଳର ବହୁ ବ୍ୟକ୍ତି ରାଜବାଟିରେ ପଂହଚି ରାଜମାତାଙ୍କ ଶେଷ ଦର୍ଶନ କରିଥିଲେ । ମରଶରୀରକୁ ସହର ପରିକ୍ରମା ପରେ ଘୋଡ଼ାହାଡ଼ ନଦୀ ନିକଟସ୍ଥ ରାଜତୋଟାରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା ।


