ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ୨୩ତମ ପ୍ରତିଷ୍ଠା ଦିବସ ପାଳିତ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଥମ ଥର ସକାଶେ ଉଭୟ ହିଞ୍ଜିଳି ଓ ଶେରଗଡ଼ ବ୍ଳକ ମିଳିତ ଭାବେ ଗୁରୁବାର ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଗୁରୁବାର ଅପରାହ୍ନରେ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ପୂର୍ତବିଭାଗ ଡ଼ାକ ବଙ୍ଗଳା ଠାରୁ କ଼ର୍ମୀ ମାନେ ହାତରେ ଦଳୀୟ ପତକା ଧରି ଏକ ବିରାଟ ଶେଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ପରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ବିଜୁବାବୁଙ୍କ ପ୍ରର୍ତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୌରାଂଚଳର ବିଭିନ୍ନ ଛକ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ କରାଯିବା ସହ ବିଜୁ ବାବୁ ଅମର ରହେ – ନବୀନ ବାବୁ ଜିନ୍ଦାବଦ ଧ୍ୱନିରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା । ସେଠାରୁ ସ୍ଥାନୀୟ ଉପଖଣ୍ଡ ଡ଼ାକ୍ତରଖାନାରେ ପଂହଚି ରୋଗୀଙ୍କୁ ପାଚିଲା ଫଳ ବଂଟନ କରିଥିଲେ । ପରେ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସମ୍ମୁଖରେ ଅବସ୍ଥାପିତ ବିଜୁ ବାବୁଙ୍କ ପ୍ରର୍ତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ବହୁ ବରିଷ୍ଠ କର୍ମୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କହିବା ସହ ରାଜ୍ୟରେ ବିଜେଡ଼ି ୧ନଂ ଦଳ ହୋଇରହିଛି ଏବଂ ଭବିଷ୍ୟତରେ ୧ନଂ ଦଳ ହୋଇ ରହିବ ବୋଲି କହିଥିଲେ । ସମସ୍ତେ ମିଳିମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ଟାଣ କରିବାରେ ସହାୟକ ହେବା ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହରିହର ସାହୁ, ମୁଖ୍ୟମନ୍ତ୍ରୀଙ୍କ ହିଂଜିଳିକାଟୁ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ବ୍ଳକ ପ୍ରତିନିଧି ସୁରେନ୍ଦ୍ର କୁମାର ପ୍ରଧାନ, ପ୍ରମୋଦ ପାତ୍ର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ହିଂଜିଳିକାଟୁ ପୌରାଂଚଳ ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ଶେରଗଡ଼ ବ୍ଳକ ଅଧ୍ୟକ୍ଷ ବାବୁଲା ଚୌଧୁରୀ, ସମିର ପ୍ରଧାନ, ଡ଼ି. ବିଶ୍ୱନାଥ, ଶେରଗଡ଼ ବ୍ଳକ ସଭାପତି ବିଶ୍ୱନାଥ ପାତ. ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ହୃଦୟାନନ୍ଦ ମହାପାତ୍ର, ପ୍ୟାରୀମୋହନ ପାଢି, ନିଳମଣି ପଟ୍ଟନାୟକ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଶେରଗଡ଼ ବ୍ଳକ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ହିଂଜିଳି ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ଅଜୟ କୁମାର ମହାରଣାଙ୍କ ସମେତ ଉଭୟ ବ୍ଳକର ବହୁ ଜିଲ୍ଲା ପରିଷଦ ସଭ୍ୟ, ସରଂପଚ, ସମିତିସଭ୍ୟ, ପୂର୍ବତନ ସରଂପଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ଛାତ୍ର ବିଜେଡ଼ି, ବିଜୁ ଯୁବ ବାହୀନି ସଦସ୍ୟ ଏବଂ ବହୁ ବିଜେଡ଼ି କର୍ମୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ