ଗଞ୍ଜାମ ପ୍ରେସକ୍ଲବ ର ଦ୍ୱିତୀୟ ବାର୍ଷିକୀ ଉତ୍ସବ

ଗଂଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭାକକ୍ଷ ଠାରେ ଗଞ୍ଜାମ ପ୍ରେସକ୍ଲବ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ଗୁରୁୂବାର ପ୍ରେସକ୍ଳବ ସଭାପତି ଶିବକୁମାର ତରାଇଙ୍କ ପୈାରାହିତ୍ୟରେ ବାର୍ଷିକ ଉତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ଭାରତ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧମ । ସେମାନେ ପ୍ରହରୀରୂପେ ଜଗିରହିଛନ୍ତି । ଦୁର୍ନୀତିକୁ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କ ଲେଖନିରେ ରେ ଲୋକଙ୍କ ସ୍ୱାର୍ଥ ପାଇଁ, ଓ ନିରପେକ୍ଷ ତଥ୍ୟଭିତିକ ଓ ଗଠନ ମୁଳକ ସମାଲୋଚନା ସମ୍ବାଦ ପରିବେଷଣ ଯେତେ ଶାଣିତ ହେବ ତାହା ଗଣତନ୍ତ୍ର ଓ ଲୋକ ଙ୍କ ପାଇଁ ସେତେ ମଙ୍ଗଳ ବୋଲି କହିଥିଲେ । ସମ୍ମାନୀତ ଅତିଥି ରୂପେ ଗ୍ରାସୀମଇଣ୍ଡଷ୍ଟିଜ ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ଗୋପାଳପୁର ପୋର୍ଟର ନିର୍ଦ୍ଦେଶକ ମନମୋହନମହାରଣା, ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡା, ଶିକ୍ଷାବିତ ଇଂଜିନିୟରିଂ ଗଜେନ୍ଦ୍ର କୁମାର ତରାଇ, ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ, ଏବିଈଓ ବିଜୟ କୁମାର ବେହେରା ଯୋଗ ଦେଇ ଗଣତନ୍ତ୍ର କୁ ମଜବୁତ କରିବାରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋକପାତ କରିବା ସହ ବେକ୍ତି ଗତଆକ୍ରୋଶରୁ ଦୁରେଇ ରହି ସତ୍ୟ ଖବର ପରିବେଷଣ କରିବା ପାଇଁ ମତବେକ୍ତ କରିଥିଲେ । ଗଞ୍ଜାମ ମହାବିଦ୍ୟାଳୟ ର ଅଧ୍ୟାପକ ଅମରକୁମାର ବିଶୋଇ କାର‌୍ୟ୍ୟକ୍ରମ କୁ ସଂଯୋଜନା କରିଥିଲେ ।ଦ୍ୱିତୀୟ ଅଧିବେଶନ ରେ ଜଳବାୟୁ ପରିବର୍ତ୍ତନ ରେ ଗଣମାଧ୍ୟମ ର ଭୂମିକା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ରେ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ର ବୈଜ୍ଞାନିକ ଡ଼.ସତ୍ୟନାରାୟଣ ଶର୍ମା, ବୈଜ୍ଞାନିକ ସୁପ୍ରତିମ କରମକର, ଏସ.ଏମ. ଆଇ.ଟି ର ,ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ମୁଖ୍ୟ ଡ଼.ସନତ କୁମାର ପଣ୍ଡା , ଫୋକସ ଓଡ଼ିଶାର ନିର୍ଦ୍ଦେଶକ ସୁଦର୍ଶନ ଛୋଟରାୟ, ସମଦୃଷ୍ଟି ର କାର‌୍ୟ୍ୟକାରୀ ସମ୍ପାଦକ ବିଘ୍ନେସ୍ୱର ସାହୁ ଯୋଗଦେଇ ପ୍ରକୃତି ସହିତ ଯୋଡିରହିବା ହିଁ ପ୍ରାକୃତିକ ବିପର‌୍ୟ୍ୟୟ ର ପ୍ରକୃତ ମୁକାବିଲା । ଜଳବାୟୁ ପରିବର୍ତ୍ତନ ଦ୍ୱାରା ପୃଥିବୀର ର ପରିବର୍ତ୍ତନ ହେବା ସହ ପରିସଂସ୍ଥାନର ପରିବର୍ତ୍ତନ ହୋଇଛି । ଜୀବଜଗତ ମଧ୍ୟରେ ସଂଘର୍ଷ ହୋଇ ନୂତନ ପରିସଂସ୍ଥାନ ତିଆରି ହୋଇଛି । ପକୃତିସହିତ ଯୋଡି ହୋଇ ରହିବା ପାଇଁ ଭାରତୀୟ ସଂସ୍କୃତି ସଦାସର୍ବଦା ପ୍ରେରିତ କରିଆସିଛି ।ଆଜିର ଦିନରେ ପ୍ରାକୃତିକ ସମ୍ପଦ ର ସୁରକ୍ଷା ହିଁ ପକୃତ ଉନ୍ନତି ର ପରିବାଜକ। ମିଡିଆ ଏଦିଗରେ ନିଜର ସକ୍ରିୟ ଭିମିକା ଲିଭାଇବା ସହ ପିକୃତି, ପକୃତିପ୍ରେମୀ, ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ସର୍ବାଧିକ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ପ୍ଲାଷ୍ଟିକ ବେବହାର ହିଁ ଜଳବାୟୁ ପରିବର୍ତ୍ତନ ର ଅନ୍ୟତମ କାରଣ । ଆମେ ସମସ୍ତେ ପ୍ଲାଷ୍ଟିକ ବେବହାର ଯେତେ କମ କରିପାରିବା ତେବେ ଧ୍ୱଂସା ମୁଖୀ ପୃଥୁବିକୁ କିଛିମାତ୍ରା ରେ ନିୟନ୍ତ୍ରଣ କୁ ଅଣାଯାଇପାରିବ ବୋଲି ବକ୍ତାମାନେ କହିଥିଲେ ।। ଅଧ୍ୟାପକ ଡ଼.ଦୁର୍ଗା ପ୍ରସାଦ ଦାସ ଏହାକୁ ସଂଯୋଜନା କରିଥିଲେ । କ୍ଲବ ସମ୍ପାଦକ ବିଦ୍ୟାଧର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉପଦେଷ୍ଟା ଉମାକାନ୍ତ ବେହେରା । ଏହାକୁ ସଦସ୍ୟ ବଟକୃଷ୍ଣ ରାଉଳ, ପ୍ରଦୀପ କୁମାର ପଣ୍ଡା, ନିରଂଜନ ପରିଡ଼ା, ନିଳାଞ୍ଚଳ ସେନାପତି ପ୍ରମୁଖ ପରିଚାଳନା କାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ