“ଉତ୍କଳ ଦିବସ “
ଉତ୍କଳ ଦିବସ ଓଡିଶା ରାଜ୍ୟର ପ୍ରତିଷ୍ଠା ଦିବସ।ପୁରା ରାଜ୍ୟରେ ୧ ଅପ୍ରେଲ କୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଉତ୍କଳ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଓଡିଆ ଭାଷା ଏବଂ ସଂସ୍କୃତିର ପ୍ରତିଷ୍ଠା କୁ ମନେ ପକେଇବା ।ସ୍ଵତନ୍ତ୍ର ହୋଇଥିବା ଓଡିଶା ରାଜ୍ୟ ଏବଂ ତାର ସଂଘର୍ଷର କାହାଣି କୁ ଆମେ ଏହି ଦିନମନେପକାଉ।ଉତ୍କଳ ଦିବସ ପାଳନ କଲାବେଳେ ଆମେ ଓଡିଆ ଜାତିର ବୀର ଗାଥା କୁ ରୋମନ୍ଥନ କରୁ । ୧ ଏପ୍ରେଲ ୨୦୨୧ ଗୁରବାର ଦିନ ପୁରା ଦେଶ ଏବଂ ବିଦେଶରେ ଓଡିଆ ଲୋକଙ୍କ ଦ୍ଵାରା ଉତ୍କଳ ଦିବାସ ମହାସମାରୋହରେ ପାଳନ କରାଯାଇଥିଲା । ଏହି ଦିନ “ଓଡିଶା ଓ ଓଡିଆ” କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ମାନ୍ୟତା ଦିଆଗଲା ।୧ ଅପ୍ରେଲ ୧୯୩୬ ଓଡିଶା ରାଜ୍ୟ କୁ ଅଲଗା ରାଜ୍ୟ ରୂପେ ଘୋଷଣା କରାଯାଇଥିଲା । ଏଥିପାଇଁ ଅନେକ ଓଡିଆ ପ୍ରେମୀଙ୍କୁ ଅନେକ ସଂଘର୍ଷ କରିବା କୁ ପଡିଥିଲା । ଓଡିଶା ରାଜ୍ୟର ନିର୍ମାଣ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ ,ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେବ ଏହି ପରି ଅନେକ ଲୋକଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ଅଛି । ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଓଡିଶା ଦେଶ ପ୍ରୀତି ଦେଖିଲେ ଆଖିରେ ଲୁହ ଜମିଯାଏ । “ମିଶୁ ମୋର ଦେହ ଏ ଦେଶ ମାଟିରେ….ଦେଶ ବାସୀଚାଲିଯାଆନ୍ତୁ ପିଠିରେ । ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼ ପୁରୁ ତହିଁ ପଡି ମୋର ମାଂସ ହାଡ଼”। ୨୦୧୧ ରେ ଓରିଶା ରାଜ୍ୟର ନାମ ସମ୍ଭିଧାନ ରେ ସଂଶୋଧନ କରି ଓଡିଶା ରାଜ୍ୟ ରୂପେ ନାମକରଣ କରାଯାଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ , ଉତ୍କଳମଣି ଗୋପବନ୍ଧୁ ଦାସ , ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦିୟୋ, ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି, ଫକିର ମୋହନ ସେନାପତି ଏବଂ ଗଙ୍ଗାଧର ମେହେର , ଗୌରିଶଙ୍କର ରେଙ୍କ ଅଗ୍ରଣୀ ପ୍ରୟାସ ଯୋଗୁ ଓଡିଶା ଏକ ଅଲଗା ସୁନ୍ଦର ଭାଷା ଓ ପାରମ୍ପରିକ ରାଜ୍ୟ ହୋଇଗଲା।ଆଜି ବିଶ୍ଵ ଆଗରେ ଓଡିଆ ଜାତି ମୁଣ୍ଡ ଉଠାଇ ଠିଆ ହୋଇଛି । ଓଡିଆ ସଂସ୍କୃତି ,ଓଡିଆର ଗୌରବ ମୟ ଇତିହାସ ସମୟର ଝଡରେ ହଜିଯାଇନି । ଉତ୍କଳର ଆଉ ଗୋଟିଏ ନାମ କଳିଙ୍ଗ ଅନେକ ସ୍ଥାନରେ ଏହି ନାମ ଦେଖିବା କୁ ମିଳିଛି । ଅଶୋକଙ୍କ କଳିଙ୍ଗ ଯୁଦ୍ଧ ତା ସହିତ ଅନେକ ଶିଳା ଲିପି ଓଡିଶାର ପ୍ରତିଷ୍ଠା ଓ ସ୍ଥିତି କୁ ଦର୍ଶାଇଛି । ଖାରାବେଳଙ୍କର ଶିଳାଲିପି ମଧ୍ୟ ଓଡିଶାର ଗୌରବମୟ ଇତିହାସର ଏକ ଉଦାହାରଣ ।ଦିନଥିଲା ଓଡିଆ ବୀର ମାନେ ଗଙ୍ଗା ଠାରୁ ଗୋଦାବରିଯାଇଁ ଭୂମଣ୍ଡଳ ଉପରେ ବିଜୟର ପତାକା ଉଡାଇଥିଲେ ।ମହାଭାରତର ପୃଷ୍ଠାରେ କଳିଙ୍ଗର ନାମ ମଧ୍ୟ ଉଲ୍ଲେଖ କରାଯାଇଛି । ଦୁର୍ଯ୍ୟଧନର ନିମନ୍ତ୍ରଣ ପାଇ କଲିଙ୍ଗ ରାଜା ମହାଭାରତର ଯୁଦ୍ଧରେ ଯୋଗ ଦେଇଥିଲେ ଏବଂ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲେ । ଉତ୍କଳ ଦିବସ କେବଳ ଭାରତ ରେ ନୁହେ ବରଂ ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଏ ।ଉତ୍କଳ ଦିବସ ଅନ୍ୟ ଦେଶ ରେ ବାସ କରୁଥିବା ଓଡିଆ ଲୋକଙ୍କ ଦ୍ଵାରା ପାଳନ କରାଯାଇଥାଏ।ଏହି ଦିବସ ର ମହତ୍ଵ ଦର୍ଶାଇବା ପାଇଁ ରାଜ୍ୟର ବଡ ଏବଂ ଛୋଟ ଶହରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଉତ୍କଳ ଦିବସ କୁ ଓଡିଶା ସରକାରଙ୍କ ଦ୍ଵାରା ରାଜ୍ୟ ବ୍ୟାପୀ ଛୁଟି ଘୋଷଣା କରାଯାଇଥାଏ।ସ୍କୁଲ, କଲେଜ, ଅଫିସ ଓ ବ୍ୟାଙ୍କ ଗୁଡିକ ବନ୍ଦ ହୋଇଥାଏ।ଉତ୍କଳ ଦିବସ ରେ ବିଭିର୍ନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା କୁ ମିଳିଥାଏ। ପିଲାଙ୍କ ଠାରୁ ବଡ ଯାଏଁ ସମସ୍ତେ ’ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି ।ରାତି ସମୟ ରେ ନାଚ ଗୀତ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା କୁ ମିଳିଥାଏ।ଉତ୍କଳ ଦିବସ କୁ ଧରି କବିତା ପାଠ, ବକୃତା ପ୍ରତିଯୋଗୀତା, ଭାଷଣ ପ୍ରତିଯୋଗୀତା ଅନେକ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ଏହାର ମୂଳ ଉଦ୍ଦେଶ୍ୟ ହେଲା ନୂଆ ପିଡିଙ୍କୁ ଓଡିଆ ଭାଷା ଓ ଓଡିଶା ସଂସ୍କୃତି ସହିତ ପରିଚୟ କରାଇବା।ନିଜ କୁ ଓଡିଆ ଭାବି ଗୌରବାନ୍ଵିତ ହେବା । ମାର୍ଚ ୧୧ ୨୦୧୪ ରେ ଓଡିଆ ଭାଷା କୁ କ୍ଲାସିକଲ ଭାଷା ରୂପେ ଘୋଷଣା କରାଗଲା । ଏହା ହେଉଛି ଷଷ୍ଠ ତମ ଶାସ୍ତ୍ରୀୟ ଭାଷା । ଏହା ପୂର୍ବ ରୁ ସଂସ୍କୃତ , ତାମିଲ , ତେଲଗୁ , କାନାଡା ଏବଂ ମାଲୟାଲମ କୁ ଶାସ୍ତ୍ରୀୟ ଭାଷା ରୂପେ ମାନ୍ୟତା ମିଳିଥିଲା । ଉତ୍କଳ ଦିବସ ଦିନ ଓଡିଶା ରାଜ୍ୟ ରେ ବିଭିର୍ନ୍ନ ସ୍ଥାନରେ ବିଭିର୍ନ୍ନ କାର୍ଯ୍ୟକ୍ରମ ଦେଖିବା କୁ ମିଳିଥାଏ ।କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଜେତାଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥାଏ।
କାଳି ଦାସ
ବ୍ରହ୍ମପୁର