ଦିଲ୍ଲୀପ କୁମାର ପରିଡ଼ା ହେଲେ ନିମାପଡ଼ା ଆତ୍ମା କମିଟିର ଅଧ୍ୟକ୍ଷ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ସ୍ଥିତ କୃଷି ଓ ପରାମର୍ଶ କେନ୍ଦ୍ର ଠାରେ ଶନିବାର ଦିନ କୃଷି ଉପଦେଷ୍ଟା କମିଟି(ଆତ୍ମା) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ଅର୍ଜୁନ ବରାଳ, ଆତ୍ମା ର ପୁର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ସଲଙ୍ଗ ପଞ୍ଚାୟତ ଓହଳ ଗ୍ରାମର ଦିଲ୍ଲୀପ ପରିଡ଼ା ଙ୍କୁ ଆତ୍ମା ର ନୂତନ ଅଧ୍ୟକ୍ଷ ଭାବେ ମନୋନୀତ କରା ଯାଇଥିଲା। ଏହି ଅବସର ରେ କୃଷି ବୈଷୟିକ ଅଧିକାରୀ ପ୍ରିୟବ୍ରତ ପୃଷ୍ଟି ଆତ୍ମାର ନୂତନ ଅଧ୍ୟକ୍ଷ ଶ୍ରୀ ପରିଡ଼ା ଙ୍କୁ ସ୍ଵାଗତ ଜଣାଇଥିବା ବେଳେ ବୈଠକ ରେ ଯୋଗ ଦେଇଥିବା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ