ଶ୍ରୀ ସତ୍ୟସାଇ ପ୍ରେମ ତରୁ ଅବସରରେ ଚାରାଚୋପଣ କାର୍ଯ୍ୟକ୍ରମ

ଆସିକା, (ୱାଇଏନ୍‍ଏସ୍‍):ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ଆୟୋଜିତ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଅବସରରେ ରବିବାର ପୁଡୁଗେଶ୍ୱରପଲ୍ଲୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ମାସ ୨୩ ତାରିଖରେ ଭଗବାନ ଶ୍ରୀ ସତ୍ୟ ସାଇବାବାଙ୍କ ଜନ୍ମ ଶତବର୍ଷିକୀ ପାଳନ ହେବାକୁ ଥିବା ବେଳେ ଏହି ଅବସରରେ ଶ୍ରୀ ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ ପକ୍ଷରୁ ସାରା ଦେଶରେ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଅଧୀନରେ ଏକ କୋଟି ଚାରାରୋପଣ ତଥା ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରୟାସ ଜାରି ରହିଛି । ଆସିକା ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚାରାରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟାପକ ପ୍ରୟାସ ଚାଲିଥିବା ଲକ୍ଷ୍ୟ କରାଯାଇଛି । ପ୍ରତ୍ୟେକଟି ଗଛ ଜିଓ ଟ୍ୟାଗିଂ କରାଯାଇ ଶ୍ରୀ ସତ୍ୟସାଇ ସେବା ସଂଗଠନର ୱେବସାଇଟ୍‍ରେ ଫଟୋ ସହ ଅପ୍‍ଲୋଡ୍‍ କରାଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ଆୟୋଜିତ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମକୁ ଗତ କିଛି ମାସ ତଳେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁଭାରମ୍ଭ କରାଯାଇଥିଲା । ମନୁଷ୍ୟ ସମାଜ ଓ କୀଟପତଙ୍ଗ ତିଷ୍ଟି ରହିବା ପାଇଁ ବୃକ୍ଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଆସିକା ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ଥାନୀୟ ପୁଡୁଗେଶ୍ୱରପଲ୍ଲୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସତସାଇ ସେବା ସମିତି ଆସିକା ଶାଖା ପକ୍ଷରୁ ପୁଡୁଗେଶ୍ୱରପଲ୍ଲୀ ଗ୍ରାମରେ ଗ୍ରାମସେବା ସଂକଳ୍ପ ଦିବସ ମଧ୍ୟ ପାଳିତ ହୋଇଥିଲା ବେଳେ ଓମ୍‍ କାରମ୍‍, ନଗର ସଂକୀର୍ତ୍ତନ, ସୁପ୍ରଭାତମ୍‍, ବେଦପାଠ, ନାରାୟଣ ସେବା, ଭଜନ କୀର୍ତ୍ତନ, ଆଳତୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଆସିକା ସତ୍ୟସାଇ ସେବା ସମିତି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମିତିର ଜିଲ୍ଲା ସେବା ସଂଯୋଜକ ଶିବ ନାହାକ, ଆବାହକ ବିଦ୍ୟାଧର ଖଣ୍ଡୁଆଳ, ଭଗବାନ ସତ୍ୟ ସାଇବାବାଙ୍କୁ ଶ୍ରଦ୍ଧାଳୁ ଭକ୍ତ ମନୋଜ କୁମାର ଦାଶ, ଧନଞ୍ଜୟ ମହାପାତ୍ର, ଶିବ ଖଣ୍ଡୁଆଳ, ପ୍ରଦୀପ ରାଉତ, ଭି.କ୍ରିଷ୍ଣାସ୍ୱାମୀ ରାଉ, ସନ୍ତୋଷ ବେହେରାଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ