ଅନ୍ତୋର୍ଦୟ ଗୃହ ଯୋଜନା ଶୁଭାରମ୍ଭ, କରଞ୍ଜିଆ ବ୍ଲକର ୪୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

କରଞ୍ଜିଆ,(ଜିତେନ୍ଦ୍ର ରାଜ): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଅନ୍ତୋର୍ଦୟ ଗୃହ ଯୋଜନା ଶୁଭାରମ୍ଭ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ପ୍ରଚଳିତ ହୋଇଥିବା ଅନ୍ତୋର୍ଦୟ ଗୃହ ଯୋଜନା କରଞ୍ଜିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ଙ୍କ ଉଦଘାଟନୀ କାର୍ଯ୍ୟକ୍ରମ ର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
କରଞ୍ଜିଆ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି, ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ, କେନ୍ଦୁଝର ସାଂସଦ ଙ୍କ କରଞ୍ଜିଆ ବ୍ଲକ ପ୍ରତିନିଧି ଦେବେନ୍ଦ୍ର ମହାନ୍ତ,ସାଂସଦ ଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତ, ବିଧାୟକ ଙ୍କ ପ୍ରତିନିଧି ମନୋଜ ମହାନ୍ତ, ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଚିତ୍ତରଞ୍ଜନ ମହାନ୍ତ,ସହକାରୀ ଯନ୍ତ୍ରୀ ସୟଦ ଅମଜଦ ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ କାର୍ଯ୍ୟକ୍ରମରେ ୪୦ ଜଣ ବିଭିନ୍ନବର୍ଗର ହିତାଧିକାରୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟ ଅତିଥି ଙ୍କ ଦ୍ୱାରା କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା କାର୍ଯ୍ୟକ୍ରମ ପରିଚାଳନା ରେ କରଞ୍ଜିଆ ବ୍ଲକ ଗ୍ରାମ ପଞ୍ଚାୟତ ଅଧିକାରୀ ଦେବାଶିଷ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ