ଉତ୍କଳ ଦିବସ ଉପଲକ୍ଷେ ମଧୁ ବାବୁଙ୍କ କଳାକୃତି ଆଙ୍କିଲେ ଛାତ୍ର ଛାତ୍ରୀ
ବ୍ରହ୍ମପୁର,(ଅନିଲ କୁମାର):ଏପ୍ରିଲ ମାସ ୧ ତାରିଖ ଉତ୍କଳ ଦିବସ ପାଳନ ଉପଲକ୍ଷେ ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ର ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଙ୍କ ତରଫରୁ ମହାପୁରୁଷ ମାନଙ୍କ କଳାକୃତି ପ୍ରସ୍ତୁତ କରାଯାଇ ସ୍ମୁତି ଚାରଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍କୁଲ ର ବିଦ୍ୟାଥୀ ମାନେ ଆଗ୍ରହ ର ସହ ଏପରି କଳାକୃତି ପ୍ରସ୍ତୁତ କରିଛନ୍ତି । ବାରିଷ୍ଟର ମଧୁସୂଦନ ଦାସ ତଥା ମଧୁବାବୁ ଙ୍କ କଳା କୃତି କୁ ଛାତ୍ର ଛାତ୍ରୀ ମାନେ ମୃଦୁ ପାନୀୟ ଲାଗି ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ର ପାଇପ ତଥା ଷ୍ଟ୍ର ଦ୍ଵାରା ଏପରି କଳାକୃତି ପ୍ରସ୍ତୁତ କରିଥିଲେ । ଏଥିରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ସହଯୋଗ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଥିଲେ । ସ୍କୁଲ୍ ନିର୍ଦେଶକ ଜି. ଏସ ପଣ୍ଡା, ସହ ନିର୍ଦେଶକ କୁନାଲ କୌଶିକ ପଣ୍ଡା , ଅଧ୍ୟକ୍ଷ କେ. ସି ପଣ୍ଡା ଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏପରି କଳା କୃତି ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ସେହି ପରି ଏଠାରେ ଉତ୍କଳ ଦିବସ ପାଳନ ନେଇ ବିଷଦ ଭାବେ ଆଲୋଚନା କରାଯିବା ସହ ମହାପୁରୁଷ ମାନଙ୍କ ସ୍ମୁତି ଚାରଣ ସହ ସେମାନଙ୍କ ନୀତି ଓ ଆଦର୍ଶ ନେଇ ଆଲୋଚନା କରା ଯାଇଥିଲା । ସୂଚନା ଯୋଗ୍ୟ ପ୍ରାୟ ୫୫୫ ଟି ଷ୍ଟ୍ର ଏଥିରେ ବ୍ୟବହାର କରା ଯାଇଥିବା ବେଳେ ତିଆରି ଲାଗି ୩୦ ମିନିଟ ସମୟ ଲାଗିଥିଲା।


