ରାଷ୍ଟ୍ରୀୟ ନବବର୍ଷରେ ମହିଳା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଗଡମାଟିଆପଡା ଗ୍ରାମର ମହାବୀର ସାଂସ୍କୃତିକ ପରିଷଦ ସଂଯୋଜନାରେ ମାଆ ଓ ଭଉଣୀମାନଙ୍କର ରାଷ୍ଟ୍ରୀୟ ନବବର୍ଷ ପାଳନ ଅବସରରେ ଶଙ୍ଖ ଫୁଙ୍କିବା, ହୁଳହୁଳି, ଝୋଟି ଓ ସଂଗୀତ ଚ଼ୌକି ପ୍ରତିଯୋଗିତା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୫୨ ଜଣ ଅଂଶଗ୍ରହଣ କାରିଥିଲେ । ବିଚାରକ ଭାବରେ ଶିକ୍ଷକ ଆର୍ତ୍ତବନ୍ଧୁ ଛୋଟରାୟ, ଶିକ୍ଷୟିତ୍ରୀ ରୂପଶ୍ରୀ ଛୋଟରାୟ ଓ ଶିକ୍ଷୟିତ୍ରୀ ସୁଜାତା ମାର୍ଥା ରହିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଂପାଦକ ନୀଳଗ୍ରୀବ ଶ୍ରୀଚନ୍ଦନ, ଯୁଗ୍ମ ସଂପାଦକ ବିଶ୍ବଭୂଷଣ ମଙ୍ଗରାଜ, ସଦସ୍ୟ ଅନନ୍ତ ବାହୁବଳେନ୍ଦ୍ର, ଦୀନବନ୍ଧୁ ଚମ୍ପତିରାୟ, ଯଶୋବନ୍ତ ମଙ୍ଗରାଜ,ବିଜୟ ସାମନ୍ତରାୟ, ବସନ୍ତ ମଙ୍ଗରାଜ, ବାଳକୃଷ୍ଣ ମଙ୍ଗରାଜ, ସୌମ୍ୟରଞ୍ଜନ ପାଇକରାୟ, କ୍ଷୀରୋଦ ଚହଟରାୟ ଆଦି ସହଯୋଗ କରିଥିଲେ । ଅନୁଷ୍ଠାନର ସଭାପତି ତପନ କୁମାର ଚମ୍ପତିରାୟ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆଗାମୀ ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମ ଦିନ ଯେଉଁମାନେ ସଫଳତା ପାଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ ବୋଲିି ସଂପାଦକ ନୀଳଗ୍ରୀବ ଶ୍ରୀଚନ୍ଦନ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ