ପଡ଼ିଆ ବ୍ଳକ ଅଧ୍ଯକ୍ଷାଙ୍କୁ ଇସ୍ତଫା ପାଇଁ ଚାପ
ମାଲକାନାଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଳକ ନେତୃବୃନ୍ଦଙ୍କ ମଧ୍ୟରେ ଥିବା ଫାଟ ବଢ଼ିବାରେ ଲାଗିଥିବା ନଜିର କରା ଜାଉଛି । ବିଭିନ୍ନ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା ମାନେ ଗୁରୁବାର ଦିନ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀଙ୍କ ବିରୋଧରେ ଏକତ୍ରିତ ହୋଇ ଇପ୍ତଫା ପାଇଁ ଚାପ ପକାଇଥିବା ଖବର ପଦାକୁ ଆସିଛି। ଅଧ୍ଯକ୍ଷା ଜନ ପ୍ରତିନିଧୀ ଙ୍କ ସହ ପାତରଅନ୍ତର ଭାବ ଦେଖାଉଥିବା ନେଇ ଅଭିଯୋଗ ଆଣି ସମିତି ସଭ୍ୟ/ସଭ୍ୟା ତାଙ୍କ ସହଯୋଗୀ ଅଧ୍ଯକ୍ଷାଙ୍କ କାର୍ଯ୍ୟାଳୟରେ ଅନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଅଧ୍ଯକ୍ଷା ତୁରନ୍ତ ଇସ୍ତଫା ଦେବା ଲାଗି ଚାପ ପକାଇଛନ୍ତି ସମିତି ସଭ୍ୟ ସଭ୍ୟା ଓ ସଯୋଗୀଙ୍କ ଚାପରେ ଅଧ୍ୟକ୍ଷା ଯମୁନା ମଧ୍ୟ ଏକ ଇସ୍ତଫାପତ୍ରରେ
ସ୍ବାକ୍ଷର ର କରିଥିବା ସୂଚନା ମିଳିଛି। ଏଥିପାଇଁ ଏକାଧିକ ସମିତି ସଭ୍ୟଙ୍କ ସମେତ କେତେକ ସହଯୋଗୀ ତାଙ୍କ ବାସଗୃହକୁ ଯାଇ ଇସ୍ତଫା ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ଏଥିସହ ଅଧ୍ଯକ୍ଷାଙ୍କୁ ପଦ ଛାଡ଼ିବା ପାଇଁ ସମୟ ଦିଆଯାଇଥିବା ଜଣାପଡିଛି। ଏ ନେଇ ବ୍ଲକ ଅଧ୍ୟକ୍ଷା ଯମୁନା ଙ୍କୁ ପଚାରିବାରୁ ବ୍ଲକର ଉନ୍ନୟନମୂଳକ କାମ ବାବଦରେ ଆଲୋଚନା ପାଇଁ ତାଙ୍କୁ ଡକାଯାଇ ଇସ୍ତଫା ପତ୍ରରେ ସ୍ବାକ୍ଷର କରିବାକୁ ଚାପ ପକାଯାଇଥିବା ସେ କହିଛନ୍ତି। ପଞ୍ଚାୟତ ସମିତି ସଭ୍ୟଙ୍କ ସହ ଉତ୍ତମ ସମ୍ପର୍କ ଥିବା ବେଳେ ରାଜନୈତିକ ଚାପ ଯୋଗୁ ଏଭଳି ସ୍ଥିତି ସୃଷ୍ଟି କରାଯାଇଛି ବୋଲି ସେ କହିଛନ୍ତି |