ଶ୍ରୀରାମ ନବମୀରେ ଚଳ ଚଞ୍ଚଳ ଭୀମତାଳି ରାମ ମନ୍ଦିର
ଉଦଳା,(ରାଜୀବ ବେହେରା):ଶ୍ରୀରାମ ନବମୀ ହିନ୍ଦୁ ମାନଙ୍କ ର ଏକ ବଡ ପର୍ବ l ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ l ପ୍ରଭୁଙ୍କ ଏହି ଜନ୍ମ ତିଥି କୁ ସମଗ୍ର ଭାରତ ବର୍ଷରେ ପବିତ୍ର ରାମ ନବମୀ ଅତି ଆଦର ଭକ୍ତିପୂତ ଭାବରେ ପାଳନ କରାଯାଉଛି l ରାମ ଚନ୍ଦ୍ର ଙ୍କ ଜନ୍ମତିଥି ରେ ମନ୍ଦିର ରେ ପୂଜାର୍ଚନା ଧୁମ ଧାମ ର ସହିତ ପାଳନ କରାଯାଇ ଥାଏ l ପୃଥିବୀ ର ପ୍ରଥମ ମହାକାବ୍ୟ ରାମାୟଣ ଏବଂ ପ୍ରଥମ ଶ୍ଳୋକ ବାଲ୍ମୀକି ମୁନିଙ୍କ ମୁଖରୁ ନିସ୍ତୃତ l ସମଗ୍ର ଭାରତ ବାହାରେ ବହୁ ଦେଶରେ ରାମାୟଣ ର ଆଦର ରହିଛି l ପ୍ରଭୁ ଶ୍ରୀରାମ ଚନ୍ଦ୍ର, ଭରତ, ଲକ୍ଷ୍ମଣ, ସୀତା, ହନୁମାନ, ସୁଗ୍ରୀବ ଏହି ଚରିତ୍ର ମାନେ ଯୁଗ ଯୁଗ ଧରି ଭାରତ ର ଐତିହ ଏବଂ ସଂସ୍କୃତିku ତଥା ଜନ ଜୀବନକୁ ପ୍ରଭାବିତ କରୁଛନ୍ତି l ହିନ୍ଦୁ ଜଗତର ବିଚାରରେ ଏହା ଏକ ଚିରା ଚରିତ ପ୍ରଥା ଯାହା ଫଳରେ ଏହି ରାମ ନବମୀ ଦିନଟି ଏକ ଶୁଭଦିନ, ଆନନ୍ଦ ଉଲ୍ଲାସର ଦିନ l ପୁରାଣ ଅନୁସାରେ ହନୁମାନ ଶ୍ରୀରାମ ଚନ୍ଦ୍ରଙ୍କ ର ଶ୍ରେଷ୍ଠ ଭକ୍ତ ଏବଂ ସେ ଅମର l ତେଣୁ ରାମଚନ୍ଦ୍ର ଙ୍କ ଆରାଧନା ସହିତ ତାଙ୍କର ଶ୍ରେଷ୍ଠ ଭକ୍ତ ମହାବୀର ହନୁମାନଙ୍କୁ ମଧ୍ୟ ପୂଜା କରା ଯାଏ l ଏହି ପବିତ୍ର ଶ୍ରୀରାମ ନବମୀ ଦିବସ ଅବସରରେ ମୟୁରଭଞ୍ଜ ଜିଲ୍ଲା ଉଦଳା ଭୀମତାଳି ପୁରୁଣା ପାଣି ଠାରେ ଅବସ୍ଥିତ ଭବ୍ୟ ଦିବ୍ୟ ଆଉ ଅପୂର୍ଵ ଶ୍ରୀରାମ ଙ୍କ ମନ୍ଦିରରେ ପ୍ରଭୁ ଶ୍ରୀରାମ ସେବା ସମିତି ଆନୁକୂଲ୍ୟରେ ଯଥା ଵିଧି ରୀତି ନୀତି ଅନୁସାରେ ଶ୍ରୀରାମ ନବମୀ ମୋହତ୍ସବ ମହାସମାରୋହ ରେ ପାଳିତ ହେଉଛି l ଏହି ଶ୍ରୀରାମ ନବମୀ ଦୁଇ ଦିନ ଧରି ପାଳିତ ହେବାର ସୂଚନା ମିଳିଛି l ତେବେ ପ୍ରଭୁଙ୍କ ମନ୍ଦିର ଆଜି ଆଲୋକ ପୁଷ୍ପ ରେ ସଜେଇ ହୋଇ ଥିବା ବେଳେ,ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣରେ ମନ୍ଦିର ଲୋକରଣ୍ୟ ହୋଇଛି, ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନଙ୍କ ଆଗମନ ହୋଇଛି, ସକାଳ ୬ ଘଟିକା ସମୟରେ ଘଟ ଉତ୍ତଳନ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଖୁସିରେ ଏହି ଘଟ ଉତ୍ତଳନ ଏବଂ କଳସ ଯାତ୍ରାରେ ଭାଗ ନେଇଛନ୍ତି,ଭକ୍ତିପୂତ ଭାବରେ କଳସ ଯାତ୍ରାରେ ଶ୍ରଦ୍ଧାଳୁ ମାନେ ନଦୀରୁ ଜଳ କଳସ ରେ ଆଣି ମନ୍ଦିର ନିକଟରେ ପହଞ୍ଚାଇଛନ୍ତି, ଶହଶହ ଭକ୍ତ ଙ୍କ ଭିଡ଼ ଲାଗିଛି l ଦିବା ୧୧ ଘଟିକା ସମୟରେ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞ ମଧ୍ୟ ପ୍ରଭୁଙ୍କ ପାଇଁ ଆରମ୍ଭ ହୋଇଛି, ଏହି ଯଜ୍ଞ ରେ କଳସ ଧାରୀ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ରହି ଯଜ୍ଞ ରେ ଭାଗ ନେଇଛନ୍ତି ଆଉ ନିଜକୁ ଭଗ୍ୟବାନ ମନେ କରିଛନ୍ତି l ପ୍ରଭୁଙ୍କର ଆଜି ଜନ୍ମ ଦିନରେ ପୁଷ୍ପରେ ଢାଙ୍କି ହୋଇ ଛନ୍ତି, ଶ୍ରଦ୍ଧାଳୁ ମlନେ ପ୍ରଭୁଙ୍କୁ ଦର୍ଶନ କରିବା ସହିତ ଶୁଭମନlସୀ ପୂଜା କରିବା ସହିତ ଭୋଗ ରାଗ ପ୍ରଭୁଙ୍କୁ ଅର୍ପଣ କରିଛନ୍ତି, ଆଉ ଦର୍ଶନ ମଧ୍ୟ କରୁଛନ୍ତି, ଧୂପ ଦୀପ, ଘଣ୍ଟ, ଝୁଣା ମନ୍ଦିର ପରିବେଶ ପୁରା ଭକ୍ତି ମୟ ହୋଇ ଉଠିଛି l ଆଉ ପ୍ରଭୁ ଶ୍ରୀରାମ ଙ୍କ ଗାନରେ ପୁରା ଅଞ୍ଚଳ ଆଜି ଦୁଲୁକି ଉଠୁଛି l ୪ ଘଟିକା ସମୟରେ ପ୍ରଭୁ ଶ୍ରୀରାମ ଙ୍କ ଉଦେଶ୍ୟରେ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା ବେଳେ ଜୟ ଶ୍ରୀରାମ ନାରରେ ପ୍ରକମ୍ପିତ ପୁରା ଉଦଳା ସହର ଯାହାର ଦୃଶ୍ୟ ନିଆରା, ସମସ୍ତ ରାମ ଭକ୍ତ ମାନେ ଏଥିରେ ବହୁ ମାତ୍ରାରେ ସାମିଲ ହୋଇ ଛନ୍ତି ଏଥି ସହିତ ସମବାର ଦିନ ୧୨ ଘଟିକାରେ ଯଜ୍ଞ ର ପୂର୍ଣ୍ଣାହୁତି ଏବଂ ପ୍ରସାଦ ସେବନ ବ୍ୟବସ୍ଥା ପାଇଁ ସେବା ସମିତି ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି l


