ବିଜେପିର ୪୬ତମ ପ୍ରତିଷ୍ଠା ଦିବସ ପାଳିତ

ଚିକିଟି,(ପୁଷ୍ପାଞ୍ଜଳି ମିଶ୍ର):ବିଜେପିର ୪୬ତମ ପ୍ରତିଷ୍ଠା ଦିବସ ଚିକିଟି ବିଜେପି ପକ୍ଷରୁ ପାତ୍ରପୁର ବିଜେପି କାର୍ଯ୍ୟାଳୟରେ ବାଜା ବଜାଇ ବାଣ ଫୁଟାଇ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଦିବସ ପାଳନ କରାଯାଇଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ଗଞ୍ଜାମ ଜିଲ୍ଲା ଉପ ସଭାପତି ୱାଇ. ମୋହନ ରାଓ, ବ୍ଲକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ନାରୀ ନେତ୍ରୀ ମୀନା ଦ୍ୟାନ ସାମନ୍ତରା, ଚିକିଟି ପୂର୍ବତନ ଅଧ୍ୟକ୍ଷ କେ. ନରସିଂହ ରେଡ୍ଡୀ, ବିଧାନ ସଭା ସଂଯୋଜକ ଅପନା ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ । ବନ୍ଦେ ମାତରଂ ସଙ୍ଗୀତ ଗାନ କରି ସଭା ଆରମ୍ଭ କରିଥିଲେ । ବିଧାୟକ ନିଜ ଅଭିଭାଷଣରେ ଦଳ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ସାଧାରଣ ଲୋକଙ୍କ ନିକଟରେ ସରକାରୀ ସୁବିଧା କିପରି ପହଞ୍ଚିବ ଗୁରୁତ୍ବ ଦେବାକୁ ପ୍ରକାଶ କରିଥିଲେ । ଦଳକୁ ସୁଦୃଢ କରିବାକୁ ହେଲେ ମାନମାଳିନ ଛାଡ଼ି ଦଳ ପାଇଁ କାମ କରିବା ପାଇଁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ସରପଞ୍ଚ, ସମିତି ସଭ୍ୟ, ମଣ୍ଡଳ ସଭାପତିଙ୍କ ସମେତ ବହୁ ନେତା ସହ ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ