ମୟୁରଭଞ୍ଜ ଭଞ୍ଜ ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ

ଉଦଳା,(ରାଜୀବ କୁମାର ବେହେରା): ହଠାତ ଘୁରି ଘୁରି ସବୁ କିଛି ଉଡାଇ ନେଲା, ଏମିତି ବର୍ଷା ଏମିତି ଝଡବତାସ ମାଡିଆସିଲା ସତେ ଯେମିତି ଆଜି ପୁରା ପୃଥିବୀ ଟାକୁ ବିଉଡାଇ ନବ l ହଁ ପବନ ରବେଗ ସହିତ ଧୂଳି ମାଡି ଆସିଲା ଘଡ ଘଡ କରି ବିଜୁଳି ମରିବାକୁ ଲାଗିଲା ପୁରାଅଞ୍ଚଳ ହଟାଥ ଅନ୍ଧକାର ହୋଇ ଗଲା, ପବନର ବେଗ ସହିତ ବର୍ଷା ବର୍ଷୀବାକୁ ଲାଗିଲା ସତେ ଯେମିତି ଆକାଶଟା ଆଜି ଛିଣ୍ଡି ପଡିବ, ରାସ୍ତା ଘାଟ ସବୁ ଶୂନଶାନ ହୋଇ ଗଲା ସମୟ ୪ ଟା ଥିଲା ହେଲେ ଆକାଶ ରେ ଏମିତି କଳା ବାଦଲ ଫଟା ମେଘ ମାଡି ଆସିଲା ପୁରାରାତି ହୋଇ ଗଲା, ଏମିତିକି ଘର ମାନଙ୍କରେ ତାଟି କବାଟ ମଧ୍ୟ ପଡିଗଲା ହଁ ଦର୍ଶକ ବନ୍ଧୁ, ପ୍ରକୃତି କେତେ ବେଳେ କେଉଁଠି ତାଣ୍ଡବ ରଚିବ ତାର ଆକଳନ କରିହେବ ନାହିଁ l ହଟାଥ ମାଡି ଆସିଲା କାଳ ବୈଶାଖୀ ଝଡ ଆଉ କିଛି ସମୟ ତାଣ୍ଡବ ରଚି ଥିଲା ଆଉ ଏହିସମୟ ଯାହା ପାଇଲା ଧ୍ୱସ୍ତବିଧ୍ୟସ୍ତ କରି ଦେଲା l ମୟୁରଭଞ୍ଜ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ଅଞ୍ଚଳ ରେ କରାଳ ରୂପ ଧାରଣ କରି ଵ୍ୟlପକ କ୍ଷୟ କ୍ଷତି ଘଟlଇଛି, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କରୁଣ ଚିତ୍ର ସlମନାକୁ ଆସିଛି,ତେବେ ବାରିପଦାରେ ଚୈତି ପର୍ବର ଦ୍ୱିତୀୟ ଦିବସର ସନ୍ଧ୍ୟା ମଞ୍ଚ, ମେଳାରେ ଥିବା ଦୋକାନ ଷ୍ଟଲ ଭାଙ୍ଗି ରୁଜି ଧ୍ୱସ୍ତ ବିଧ୍ୱସ୍ତ କରି ପକାଇଛି, ସେହିଭଳି କେନ୍ଦୁଝର ରେ ପ୍ରବଳ କୁଆପଥର ମାଡ ଫଳରେ ବହୁ ପନି ପରିବା ଚାଷ ନଷ୍ଟ ହୋଇଛି, ସେହିଭଳି କପ୍ତିପଦା ଶରତ ଅଞ୍ଚଳ ରେ ରୋଗୀ ନେଇ ଆସୁଥିବା ବେଳେ କାଳ ବୈଶାଖୀ ଝଡର ସାମ୍ନା କରି ଥିବା ବେଳେ ମୁଖ୍ୟ ରାସ୍ତା ରେ ଝଡ଼ ତୋଫାନ ପ୍ରଭାବରେ ଏକ ବଡ ଗଛ ଓପାଡି ହୋଇ ପଡ଼ି ଯାଇ ଥିଲା ତେବେ ଦୀର୍ଘ ସମୟ ଆମ୍ବୁଲାନ୍ସ ଅଟକି ରହି ଥିଲା, ୧୧୨ ସେବାକୁ ସହାୟତା ମାଗି ଥିଲେ ହେଲେ ବିଫଳ ପରେ ଦେବଦୁତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରୋଗୀର ବିକଳ ଚିତ୍କାର ଶୁଣି ସହି ନପାରି ଶେଷରେ ନିଜେ ଅଣ୍ଟା ଭିଡି ରାସ୍ତାରୁ ଗଛକୁ ସଫା କରି ମହାନତା ଦେଖାଇଛନ୍ତି, ଯାହା ଏବେ ଚର୍ଚ୍ଚା ସେହିଭଳି ଉଦଳା, ଖୁଣ୍ଟା ଗୋପବନ୍ଧୁ ନଗର ଅଞ୍ଚଳରେ କlଳବୈଶାଖୀ ପ୍ରଭାବରେ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ଘଟlଇଛି, ତେବେ ଏହି ସମୟ ରେ ଉଦଳାରୁ ଖୁଣ୍ଟା ବାସିପିଠା ଡୁକୁରା ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥ ମୁଖ୍ୟ ରାସ୍ତା ରେ ବଡ଼ବଡ଼ ଗଛ ଭାଙ୍ଗି ପଡ଼ି ଥିବା ବେଳେ ଯାତାୟାତ ସମ୍ପୂର୍ଣ ଠପ ହୋଇ ଥିଲା,ଘର ଦୋକାନ ଇତ୍ୟାଦି ଉଡାଇ ନେଇ ଥିବା ଦୃଶ୍ୟ ଦେଖିବାକୁ ମିଳିଛି, ସୂଚନା ପାଇ ଖୁଣ୍ଟା ପୋଲିସ ଦମକଳ ବାହିନୀ ଘଟଣା ସ୍ଥଳ ମାନଙ୍କରେ ପହଞ୍ଚି ଗଛ କୁ ରାସ୍ତାଉପରୁ ପରିଷ୍କାର କରି ଛନ୍ତି l ଏହା ପରେ ଯାତାୟାତ ସ୍ୱାଭାବିକ ହୋଇ ଥିଲା, ବିପଦ ସମୟ ରେ ପ୍ରଶାସନ ପହଞ୍ଚି ସମାଧାନ କରିଥିବାରୁ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଭୁରି ଭୁରି ପ୍ରଶଂସା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ