ଅଷ୍ଟପ୍ରହରୀ ନାମଯଜ୍ଞ
ହାଟଡ଼ିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଛେନାପଦି ବଜାରରେ ଥିବା ମା ବିଶ୍ୱତାରିଣୀ ମନ୍ଦିର ପରିସରରେ ମାଙ୍କ ଚଇତି ପର୍ବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଛେନାପଦି ବଜାର କମିଟିର ସଂଯୋଜନାରେ ଅନୁଷ୍ଠିତ ଏହି ନାମଯଜ୍ଞରେ ଗତ ସୋମବାର ରାତିରେ କେଶବ ପ୍ରଧାନ, ଶୁଶାନ୍ତ ରାଉତ,, ଯୁବରାଜ ସାମଲ, ସରୋଜ ଚକ୍ର, ଚିନ୍ତାମଣି ଜେନା, ବାବନ ବିଶ୍ବାଳ, ଅକ୍ଷୟ କୁମାର ଜେନା, ଆଶିଷ କୁମାର ପତି, ଦ୍ୱାରା ଅଣାଧୂନି ମଠ ପୋଖରୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ବଜାର ପରିକ୍ରମା କରିବାପରେ ନାମଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ଅହୋରାତ୍ର ନାମ ସଙ୍କିର୍ତ୍ତନ କରାଯାଇଥିଲା । ଏଥିରେ କରଗୋଳା, ରଗୁଡି, ଶିବନାରାୟଣପୁର, ସୁଳଣ, ଶିଙ୍ଗଡୋବ, କୋଡପଡ଼ା, ସିଲନ୍ଦି, ମଙ୍ଗରାଜପୂର ପ୍ରଭୃତି ଗ୍ରାମର ସଙ୍କିର୍ତ୍ତନ ଦଳ ଗୁଡିକ ଯୋଗଦେଇ ନାମସଙ୍କିର୍ତ୍ତନ କରିଥିଲେ । ଏହି ନାମଯଜ୍ଞରେ ବିଦ୍ୟାଧରପୁର, ପଢ଼ିଆରିପଲ୍ଲୀ, ଛେନାପଦି, ଶାଳଣିଆଁ, ଡଅଁର, ହାଟଡିହି, ରମ୍ପାସ, ଢ଼େଙ୍କା, ସଢ଼ା, ମରୈଗାଁ, ମୁଗୁପୁର, ଆଇତିପୁର, ଡଅଁର, ପନ୍ଦାଡୋ, ଶାଳଣିଆଁ, ସୋସୋ, ସଢା, ବଞ୍ଚୋ ପ୍ରଭୃତି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏହି ନାମଯଜ୍ଞରେ ଯୋଗଦେଇଥିବା ବେଳେ ଆଜି ଶହଶହ ଗୌରଭକ୍ତ ବୃନ୍ଦଙ୍କ ଦ୍ୱାରା ନଗର କିର୍ତ୍ତନ କରାଯିବାପରେ ରାତିରେ ଦଧିଭାଣ୍ଡ ଭଙ୍ଗାଯାଇ କଳଶ ବିସର୍ଜନ କରାଯାଇଥିଲା । କୃଷ୍ଣଚନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ଦେବେନ୍ଦ୍ର କୁମାର ଜେନା, ପଞ୍ଚାନନ ବେହେରା, ସୁଧାକର ଓଝା, ନିରୁପମା ମିଶ୍ର, ହିମାଶୁଂ ନାୟକ, ଅଜୟ ଲେଙ୍କା, ମହେଶ୍ୱର ସା, ସରୋଜ କୁମାର ଚକ୍ର, ହଳଧର ପଣ୍ଡା, ଅମିୟ ନାୟକ, ଆକାଶ ସା, ଧରିଆ ସା, ସତିଶ ଯାଦବ, ଲିପୁ ଦଳେଇ, ହଳଧର ଜେନା, ଦୁର୍ଯେ୍ୟାଧନ ସାହୁ, ସଞ୍ଜୟ ପତି, ବିକାଶ ବିଶ୍ୱାଳ, ନିରଞ୍ଜନ ବ୍ରହ୍ମ, କାଳନ୍ଦି ସାହୁ, ଆକାଶ ସା, ସୁବାସ ଓଝା, ଚଗୁଲୁ ପାଢ଼ୀ, ପଙ୍କଜ ଗୁପ୍ତା, ଧରିଆ ସା, ପିଣ୍ଟୁ ନାୟକ, ଚକ୍ରଧର ସାହୁ, ରବିନ୍ଦ୍ର ବେହେରା, ହଳଧର ଜେନା, ସୁଧିର ବିଶ୍ୱାଳ, ରତ୍ନାକର ସାହୁ, ହିମାଶୁଂ ବେହେରାଙ୍କ ସମେତ ବଜାର କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


