ସୋଲାର ଲାଇଟ୍ ବଣ୍ଟନ
ହାଟଡିହି (ବିକାଶ ବିଶ୍ବାଳ): ହଦଗଡ଼ ପଞ୍ଚାୟତ ପିତାନାଉ ଗ୍ରାମରେ ଓରେଡା ପକ୍ଷରୁ ସୋଲାର ଲାଇଟ୍ ପ୍ରଦାନ କରାଯାଇଛି। ଏହି ପଞ୍ଚାୟତର ପିତାନାଉ ଗ୍ରାମଟି ବଣପାହାଡ ଘେରା ଅଞ୍ଚଳରେ ଥିବାରୁ ଏଠାକୁ ବିଦ୍ୟୁତ ସଂଯୋଗ ଦିଆ ଯାଇପରିନି। ବିଶେଷ କରି ହସ୍ତୀ ଅଭୟାରଣ୍ୟ ମଧ୍ୟରେ ପରିବାର ଲୋକେ ଥିବାରୁ ବିଦ୍ୟୁତ୍ ଯୋଗାଣ ସମ୍ଭବ ହେଉନି। ଏଥିପାଇଁ ଏ ଅଞ୍ଚଳର ଲୋକମାନେ ସୋଲାର ଲାଇଟ୍ ବ୍ୟବହାର କରୁଛନ୍ତି। ଆଜି ହଦଗଡ଼ ପଞ୍ଚାୟତର ସରପଞ୍ଚ ନିରୁପମା ନନ୍ଦି, ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି, ପିଇଓ ଉମାକାନ୍ତ ସା, ୱାର୍ଡସଭ୍ୟ ସୋନାରାମ ହେମ୍ରମ, ଶୁକ ହାଁସଦା, ରବିନ୍ଦ୍ର ଦଣ୍ଡପାଟ, ବରୁଣ ବେହେରା, ନବ ଖଟୁଆ, ଅଭିରାମ ବେହେରା ପ୍ରମୁଖ ଉପସ୍ଥିତ ରହି ୨୬୫ପରିବାରକୁ ସୋଲାର ଲାଇଟ୍ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ସମୟରେ ଦଲକି, ରତ୍ନମରା, ଜୁଣପଶି ଆଦି ଗ୍ରାମରେ ପ୍ରଦାନ କରାଯିବ ବୋଲି ସରପଞ୍ଚ ସୁଚନା ଦେଇଛନ୍ତି।