ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ସ୍ୱାଗତ ସଞ୍ଚଳନ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କେନ୍ଦୁଝରଜିଲ୍ଲା ପକ୍ଷରୁ ସଂଘର ସତବର୍ଷିକୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ କେନ୍ଦୁଝର ସହରର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧରଣୀଧର ଭେଷଜମହାବିଦ୍ୟାଳୟଓଚିକିତ୍ସାଳୟ ର ଅଧକ୍ଷ ମହେନ୍ଦ୍ର କୁମାରନାୟକ ଏବଂ ମୁଖ୍ୟ ବକ୍ତା ଭାବେ ସଂଘ ର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁତଥାଜିଲ୍ଲାସଂଘଚାଳକଭାଗିରଥି ପୃଷ୍ଟି, ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ମହାନ୍ତ ଉପସ୍ଥିତ ରହି ସଂଘର ସତବାର୍ଷିକୀ ଉଦେଶ୍ୟରେ ବୌଦ୍ଧିକ ରଖିଥିଲେ। ମୁଖ୍ୟ ବକ୍ତା ସମାଜରେ ପଞ୍ଚ ପରିବର୍ତ୍ତନ ପାଇଁ ଜାଗରଣ ସୃଷ୍ଟି କରିବା ନିମନ୍ତେ ସ୍ୱାୟଂସେବକଓଉପସ୍ଥିତଜନସାଧାରଣଙ୍କୁ ନିବେଦନ କରିଥିଲେ। ଜିଲ୍ଲାର ୧୭ ଗୋଟି ଖଣ୍ଡ ଏବଂ ନଗରରୁ ୧୨ ସହରୁ ଉର୍ଦ୍ଧ ସ୍ୱାୟଂସେବକ ଉପସ୍ଥିତ ରହି ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ସହରର ତିନୋଟି ମାର୍ଗରୁ ପଥ ସଞ୍ଚଳନ ଆରମ୍ଭ ହୋଇ ନଗର ପରିକ୍ରମା କରି ଷ୍ଟାଡିଅମ ଠାରେ ପହଞ୍ଚି ଥିଲେ। ଏହି ପଥ ସଞ୍ଚଳନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ସହର ବାସୀଙ୍କ ପକ୍ଷରୁସ୍ୱାଗତକରିବାସହିତପୁଷ୍ପବୃଷ୍ଟିକରିଥିଲେରାଷ୍ଟ୍ରୀୟସ୍ୱୟଂସେବକ ସଂଘର ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡ଼ଃ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ତଥା ଜିଲ୍ଲାର ବିଭିନ୍ନ ସଂଗଠନ ର ନେତୃବର୍ଗ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ