ପହଲଗାମ ଠାରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ହତ୍ୟା ଘଟଣାରେ ପ୍ରତିବାଦ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ପହଲାଗାମ ହିନ୍ଦୁ ପଯ୍ୟଟଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାରେ ପ୍ରତିବାଦ ମାଲକାନଗିରି ଜିଲ୍ଲା ମାଥିଲି ରେ ଦେଖିବାକୁ ମିଳିଛି।ଉକ୍ତ ଘଟଣା କୁ ବିରୋଧ କରିବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ମାଥିଲି ଅଞ୍ଚଳରେ ବଜାର କମିଟି ସଭାପତି ଶ୍ରୀକାନ୍ତ ଚୌଧୁରୀ ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା ହୋଇଥିଲା।ମାଥିଲି ମେଡ଼ିକାଲ ଛକ ଠାରୁ ବଜାର ପରିକ୍ରମା କରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।ପାକିସ୍ତାନ ମୁର୍ଦାବାଦ ନାରା ଦିଆଯାଇଥିଲା।ଗାନ୍ଧୀ ଛକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କ କୁଶ ପୁତଳିକା ଦାହ କରାଯାଇଥିଲା।ଶୋଭାଯାତ୍ରା ରେ ମାଥିଲି ହିନ୍ଦୁ ଜାଗରଣ ସେନାର ଆବାହକ କୁନାଲ ମିଶ୍ର,ବନମାଳୀ ବରଜା,ସସ୍ମିତା ମାଝୀ, କାନାମ ରାଜୁ ନାୟକ, ସନ୍ତୋସିନୀ ପାତ୍ର,ଶାନ୍ତିଲତା ମାଝୀ, ଜଳନ୍ଧର ନାୟକ,ରାହୁଲ ରାୟ, ଶଙ୍କର ସୂର୍ଯ୍ୟ,ମଣି କୁମାର ,ବେହେରା, ଶିବ ପ୍ରସାଦ ପରିଛା,ପ୍ରଶାନ୍ତ କୁମାର ପାତ୍ର ନୌକା ରାଜୁ , କାର୍ତ୍ତିକ ରାଏ,ବଳରାମ ନାୟକ,ଭୁବନ ବେହେରା , ପବିତ୍ର ପାଣ୍ଡେ ,ଆଦିତ୍ୟ ଭୀମସିଙ୍ଘ , ନାଗଭୁସଣ ପଟ୍ଟନାୟକ ,ଜିତୁ ଚୌଧୁରୀ ,ଏ,ନବୀନ କୁମାର , ନାଗ ରାଜୁ ,ଶିବା ମହାନ୍ତି ,ହୃଷିକେଶ ଚୌଧରି ,ଦିନେଶ ପରିଛା ,ବିକ୍ରମ ଚୌଧୁରୀ ସମେତ ବହୁ ସକ୍ଷଙ୍କ ଯୁବକ ଓ ମହିଳା ସକ୍ରିୟ ଭାବେ ଭାଗ ନେଇଥିଲେ।