ଜିଲ୍ଲାପାଳଙ୍କ ସ୍ଵାଭିମାନ ଅଞ୍ଚଳ ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା

ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ଗସ୍ତ କରି ସମୀକ୍ଷା କଲେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଥିବା ସ୍ଵାଭିମାନ ଅଞ୍ଚଳକୁ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ସହ ମାଲକାନଗିରି ଏସପି ବିନୋଦ ପାଟିଲ, ଡିଏଫଓ ପ୍ରତାପ କତାପାଲି, ପିଡିଡିଆରଡ଼ିଏ ନରେଶ ଚନ୍ଦ୍ର ଶବର, ପିଏ ଆଇଟିଡ଼ିଏ ହଳଧର ଶବର ପ୍ରମୁଖ ଗସ୍ତ କରି ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେତୁ ଯୋଜନା ମାଧ୍ୟମରେ ଜାରି ରହିଥିବା ରାସ୍ତା, ସେତୁ ନିର୍ମାଣ ଆଦି କାର୍ଯ୍ୟ ସ୍ଥଳ ବୁଲି ଦେଖିବା ସହ ସଠିକ ସମୟ ମଧ୍ୟରେ ଉଚିତ ମାନର କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ। ସେହିପରି ଅଞ୍ଚଳରେ ଲୋକଙ୍କୁ ରୋଜଗାର କ୍ଷମ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ସମୀକ୍ଷା କରିଥିଲେ। ଅଞ୍ଚଳରେ ଉତ୍ତମ ଜଳ ବାୟୁ ମଧ୍ୟରେ ହେଉଥିବା ହଳଦୀ, ମକା, ସୁଆଁ, ମାଣ୍ଡିଆ ଭଳି ଅର୍ଥକାରୀ ଫସଲକୁ କିପରି ଅଧିକରୁ ଅଧିକ ଚାଷୀ ଆପଣେଇବେ ଓ ଲାଭବାନ ହୋଇ ପାରିବେ ସେଦିଗରେ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ବିକାଶ ମୂଳକ କାର୍ଯ୍ୟ ସହ ଅଞ୍ଚଳରେ ରହିଥିବା ସମସ୍ୟା ଗୁଡିକର ତ୍ଵରିତ ସମାଧାନ ପାଇଁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ସ୍ଥାନୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ