ଜୁଡିଆ ଫାର୍ମରେ କ୍ଷେତ୍ରୀୟ ଗବେଷଣା ଓ ସଂପ୍ରସାରଣ ଉପଦେଷ୍ଟା ପରିଷଦ ବୈଠକ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସହର ଉପକଣ୍ଠ ଜୁଡିଆସ୍ଥିତ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସଂପ୍ରସାରଣ କେନ୍ଦ୍ରରେ ଗତ ୨୮ ଓ ୨୯ ତାରିଖ ଦିନ ଉତ୍ତର କେନ୍ଦ୍ରୀୟ ମାଳ ଅଂଚଳ ପାଇଁ କ୍ଷେତ୍ରୀୟ ଗବେଷଣା ଓ ସଂପ୍ରସାରଣ ଉପଦେଷ୍ଟା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓୟୁଏଟି ର କୃଷି ସଂପ୍ରସାରଣ ବିଭାଗର ପ୍ରଫେସର ଏମ୍.ପି. ନାୟକ ଅଧ୍ୟକ୍ଷତା କରିଥିଲେ । ଉଭୟ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କୃଷି ତଥା ଉଦ୍ୟାନ ବିଭାଗ ଅଧିକାରୀମାନଙ୍କ କୃଷି ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ବୈଠକରେ ବିଗତ ବର୍ଷର ଗବେଷଣା ଲବ୍ଧ ତଥ୍ୟ ଉପସ୍ଥାପନା କରାଯିବା ସହ ଆଗାମୀ ବର୍ଷ ପାଇଁ ଗବେଷଣା କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା । ଏହି ସଭାରେ ଆଂଚଳିକ ଗବେଷଣା କେନ୍ଦ୍ରର ମୁଖ୍ୟ ଡ଼ କିଶୋର ଚନ୍ଦ୍ର ସାହୁ,ଗବେଷଣା କେନ୍ଦ୍ରର ସମସ୍ତ ଗବେଷଣା କାର୍ଯ୍ୟକ୍ରମ ଓ ବିହନ ଉତ୍ପାଦନ ବିଷୟରେ ଅବଗତ କରାଇବା ସହିତ ସମନ୍ୱିତ କୃଷି ପଦ୍ଧତିରେ କୃଷି ଓ କୃଷି ଆନୁସଙ୍ଗିକ କାର୍ଯ୍ୟକୁ ଗ୍ରହଣ କରି କ୍ଷୁଦ୍ର ଚାଷୀମାନଙ୍କର ଅମଳ ଓ ଆୟ କିପରି ଦ୍ୱିଗୁଣିତ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଡ଼ ମୋନିକା ରାୟ, ବୈଜ୍ଞାନିକ (କ୍ଷେତ୍ର ବିଜ୍ଞାନ) ବାସ୍ନା ଧାନରେ ପୋଷକ ପରିଚାଳନା,ଟିସି ରେ ନାନା ୟୁରିଆ ପ୍ରୟୋଗ,ଜୈବିକ ଉପାୟରେ ଟିସି ଚାଷ କରି କିପରି ଆୟ ବୃଦ୍ଧି କରି ହେବ ତା’ର ତଥ୍ୟ ପ୍ରଦାନ କରିଥିଲେ । ଡ଼ ପ୍ରଶାନ୍ତ କୁମାର ମାଝୀ, ବୈଜ୍ଞାନିକ (ଉଦ୍ଭିଦ ପ୍ରଜନନ ବିଭାଗ) ମୁଗ ଓ ବିରି ର ଅଧିକ ଅମଳ କ୍ଷମ,ସାହେବୀ ରୋଗ ଏବଂ ଡାଲି ଭୃଙ୍ଗ ପୋକ ପ୍ରତିରୋଧକ କିସମ,ବେଜୁଆ ବିରି ର ଉନ୍ନତିକରଣ ଏବଂ ଟିସି ର ଅଧିକ ଅମଳ କ୍ଷମ ସହ ସଅଳ କିସମ ଉପରେ କାର୍ଯ୍ୟରତ ଗବେଷଣା ଉପରେ ଅବଗତ କରାଇଥିଲେ । ଶୁଭ୍ରକାନ୍ତ ସାମନ୍ତରାୟ, କୃଷି ପାଣିପାଗବିତ, ଜଳବାୟୁ ପରିବର୍ତ୍ତନ ଓ କୃଷି ଉପରେ ଏହାର ପ୍ରଭାବ ବିଷୟରେ ଜଣାଇଥିଲେ । ଜଳବାୟୁ ପରିବର୍ତ୍ତନ ସହ ମକା ଓ ସୋରିଷ ଫସଲ ବୁଣିବାର ସମୟକୁ ପରିବର୍ତ୍ତନ କରିବା ଉପରେ ହୋଇଥିବା ଗବେଷଣାର ତଥ୍ୟ ଉପସ୍ଥାପନ କରିଥିଲେ । ଡ଼ ସୁଜାତା ଦାସ, ବୈଜ୍ଞାନିକ (ଉଦ୍ଭିଦ ପ୍ରଜନନ ବିଭାଗ) ଜିଲ୍ଲାରେ ଦୀର୍ଘ ଦିନ ଧରି ସମସ୍ୟା ରୂପେ ଦେଖା ଦେଉଥିବା ରବି ଋତୁରେ ଧାନ ପରବର୍ତ୍ତୀ ଫସଲ ରୂପେ ଚାଷ ହେଉଥିବା ମୁଗ,ବିରିର ଶୀତ ସହଣି କିସମ ଉଦ୍ଭାବନ ପାଇଁ ନିଆ ଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ । ଡ଼ ସୁକୁମାର ଟୁଡୁ, ବୈଜ୍ଞାନିକ (କ୍ଷେତ୍ର ବିଜ୍ଞାନ ବିଭାଗ) ମୁଗ,ବିରି ର ପୋଷକ ପରିଚାଳନା ଓ ତୃଣ ଦମନ ବିଷୟରେ କାର୍ଯ୍ୟରତ ଗବେଷଣା ଉପରେ ଅବଗତ କରାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦୁଝରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼ ସୁକାନ୍ତ କୁମାର ସାହୁ,କୃଷି ବିଜ୍ଞାନ କେନ୍ଦ୍ର, ମୟୁରଭଞ୍ଜ-୧ ର ମୁଖ୍ୟ ଡ଼ ସଂଘମିତ୍ରା ପଟ୍ଟନାୟକ,କୃଷି ବିଜ୍ଞାନ କେନ୍ଦ୍ର ମୟୁରଭଞ୍ଜ-୨ ର ମୁଖ୍ୟ ଡ଼ ଦୀପକ କୁମାର ମହାନ୍ତି ନିଜ ନିଜ କେନ୍ଦ୍ରର ବିଗତ ବର୍ଷ ର ସଫଳତା ଓ ଆଗାମୀ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ ଖସଡା ଉପସ୍ଥାପନା କରିଥିଲେ । ଅଣଋତୁ ପନିପରିବା ଚାଷ,ଆଳୁ ଚାଷ,ଶୀତ ଦିନିଆ ମୁଗ,ବିରି କିସମ,ଧାନ ପରବର୍ତ୍ତୀ ଫସଲ,ମାଣ୍ଡିଆ ଓ ଅନ୍ୟାନ୍ୟ ଲଘୁ ଶସ୍ୟ ଚାଷ ଓ ପ୍ରକି୍ରୟାକରଣ,ଦେଶୀ କୁକୁଡା କିସମ ଓ ଅଣ ଛତୁ ଚାଷ ଆଦି ଗବେଷଣା ସାପେକ୍ଷ ସମସ୍ୟା ସବୁ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ବରିଷ୍ଠ ସଦସ୍ୟ କେନ୍ଦୁଝର ସିଟିଜେନ ଫୋରମ ର ମ୍ୟାନେଜିଂ ଟ୍ରଷ୍ଟି ଭକ୍ତବସôଳ ମହାନ୍ତି ଦେଶୀ ବିହନ ଉନ୍ନତିକରଣ ଓ ଫୁଲ ବଡିକୁ ଜିଆଇ ମାନ୍ୟତା ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅଧ୍ୟକ୍ଷ ପ୍ରଫେସର ଏମ୍.ପି. ନାୟକ ଦେଶୀ ବିହନ କିସମ ସଂଗ୍ରହ ଓ ଉନ୍ନତିକରଣ ଉପରେ ପ୍ରାଧାନ୍ୟ ଦେଇଥିଲେ । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଦେଶୀ ବିହନ ଯଥା ପେଜୁଆ ବିରି ଓ ଝାଇଁ ମୁଗକୁ ଅଧିକ ଅମଳ କ୍ଷମ ବିହନରେ ପରିଣତ କରିବା ପାଇଁ ଜୁଡିଆ ଫାର୍ମର ଗବେଷକମାନଙ୍କୁ ଉପଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଭୟ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ,କୃଷି ଉପନିଦେ୍ର୍ଦଶକ,ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ,ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ,ଜିଲ୍ଲା ମୁଖ୍ୟ ପଶୁ ଚିକିସôା ଅଧିକାରୀ,କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସଂପ୍ରସାରଣ କେନ୍ଦ୍ର, କେନ୍ଦୁଝର, କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦୁଝର, ମୟୁରଭଞ୍ଜ-୧,ମୟୁରଭଞ୍ଜ-୨ ର ସମସ୍ତ ବୈଜ୍ଞାନିକଗଣ ଉକ୍ତ ଆଲୋଚନା ଚକ୍ରରେ ସକି୍ରୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ